ହେଡଲାଇନସ୍:

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଉଦଯାପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ଦିଲ୍ଲୀପ ମହାନ୍ତି --ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ଦୁଇ ଦିବସୀୟ ( ୧୪/୧୫ ଡିସେମ୍ବର ତାରିଖ )୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଶନିବାର ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମାଡାମ ସ୍ବଧା ଦେବ ସିଂ , ମୁଖ୍ୟ ବକ୍ତା ଚାନ୍ଦିପୁର ପ୍ରଭାକର ମଲ୍ଲିକ , ଜିଲ୍ଲା ଶିକ୍ଷା ପ୍ରଶାସକ ଧ୍ରୁବ ଚରଣ ବେହେରା, ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଜ୍ଞାନ ମେଳାରେ ସଭାପତି ଧ୍ରୂବ ଚରଣ ମେଳାର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉଜ୍ଜୀବିତ କରିବା  ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ ।

ମୟୁରଭଞ୍ଜ ଜିଲ୍ଲାର ସବୁ ବ୍ଲକ,ମୁନସିପାଲଟି, ଆଦର୍ଶ ବିଦ୍ୟାଳୟରୁ ୬ ଟି ବିଭାଗର ୧୭୧ ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା । ରବିବାର ଦିନ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ ବହୁ ବୈଜ୍ଞାନିକ, ଶିକ୍ଷା ପ୍ରଶାସକ ଯୋଗ ଦେଇଥିଲେ । ଜଜଙ୍କ ଦ୍ଵାରା  ଶ୍ରେଷ୍ଠ ୬ ଟି ପ୍ରକଳ୍ପ ବଛା ହେବା ସହ ୩ ଟି ଇନସ୍ପାୟାର ପ୍ରକଳ୍ପ ରାଜ୍ୟ ସ୍ତରୀୟ ପାଇଁ ବଛା ଯାଇଥିଲା । ସେହି ଛାତ୍ର ଛାତ୍ରୀ ମାନେ ହେଲେ  ୧- ଟି ଏସ ସୁବୁଦ୍ଧି (ଚିରନ୍ତନ କୃଷି ପଦ୍ଧତି)୨-ମନୋହର ପ୍ରଧାନ (ସ୍ବଚ୍ଛତା ଓ ସ୍ବାସ୍ଥ୍ୟ)୩-ପ୍ରତିଶ କୁମାର ଧଳ (ସମ୍ବଳପରିଚାଳନା)୪-ଅଙ୍କିତାସୂତାର(ଉଦ୍ୟୋଗ ବିଭାଗ)୫-ମଧୁସ୍ମିତା ଭୋଇ(ପରିବହନଯୋଗାଯୋଗ)_୬-ସଦଭାବ କବି( ଗାଣିତିକ ଓଶୈଖିକ) ଙ୍କ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଏବଂ ସେହି ପ୍ରକଳ୍ପ ରାଜ୍ୟ ସ୍ତରୀୟ କୁ ଯିବି । ତାଙ୍କ ସହିତ ସୁଭସନା ଦେ, ସ୍ମୃତି ସୌରଭ ଏବଂ ସୁମିତ୍ରା ମୁର୍ମୁ ଉଚ୍ଚକୁ  ଇନସ୍ପାୟାର ମାନଙ୍କ ପାଇଁ। ଚୟନ କରାଯାଇଛି । କୁନି କୁନି ବୈଜ୍ଞାନିକ ମାନଙ୍କଦ୍ଵାରା  ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault