ହେଡଲାଇନସ୍:

ସ୍ତ୍ରୀଙ୍କ ମୃତଦେହ ୧୫ କି.ମି ଟ୍ରଲିରେ ବୋହିନେଲେ ସ୍ୱାମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)-: ସ୍ତ୍ରୀର ମୃତଦେହକୁ  ଟ୍ରଲିରେ ୧୫ କିଲୋମିଟରରୁ ଅଧିକ ରାସ୍ତା ବୋହିଲା ସ୍ୱାମୀ । ନିଜ ସମ୍ପର୍କୀୟଙ୍କ ଘରେ ଶବ ଦାହ କରିବାକୁ ଯାଇଥିଲେ ସ୍ୱାମୀ । କିନ୍ତୁ ସେମାନେ ମନା କରିଦେବା ପରେ ବାଧ୍ୟ ହୋଇ ଟ୍ରଲିରେ ସ୍ତ୍ରୀଙ୍କ ମୃତଦେହ ନେଇ ନିଜ ଗାଁକୁ ଆସିଥିଲେ ସ୍ୱାମୀ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା  କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମରେ । ଗ୍ରାମର ଖେଲା ସୋରେନ୍  ସ୍ତ୍ରୀ ରାଇମାତ ସୋରେନ୍‌କୁ ପ୍ରସବ ନିମନ୍ତେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ  ଓ ସେଠାରେ ରାଇମାତଙ୍କର ଗତ ଡିସେମ୍ବର ୧୫ ରବିବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ରାଇମାତଙ୍କର ମୃତ୍ୟୁ ହୋଇଥିଲା । ପୁଅକୁ ଡାକ୍ତରଖାନାରେ ଡାକ୍ତରଙ୍କ ହେପାଜତରେ ଛାଡି ସ୍ତ୍ରୀର ମୃତ ଦେହକୁ ସତ୍କାର କରାଇବା ନିମନ୍ତେ ସ୍ୱର୍ଗ ରଥରେ ନେଇ ଉଦଳା ଥାନା ଉର୍ମଳ ଗ୍ରାମ ସ୍ଥିତ ସଂପର୍କୀୟଙ୍କ ଘରକୁ ଆସିଥିଲେ ଖେଲା  । ମାତ୍ର ସଂପର୍କୀୟ ଘର ଲୋକେ ରାଇମାତର ଶବକୁ ତାଙ୍କ ଗ୍ରାମରେ ଦାହ କରିବାକୁ ମନା କରିଥିଲେ । ଏହା ପରେ ବାଧ୍ୟ ହୋଇ ସ୍ତ୍ରୀର ଶବ ସତ୍କାର ନିମନ୍ତେ ନିଜ ଗ୍ରାମକୁ ନେବାକୁ ବାଧ୍ୟ ହୋଇଥିଲେ ସ୍ୱାମୀ ଖେଲା । ହେଲେ ପାଖରେ ଟଙ୍କା ନ ଥିବାରୁ ଏକ ଟ୍ରଲି ମାଗି ଆଣି ସେଥିରେ ସ୍ତ୍ରୀର ମୃତଦେହକୁ ଲଦି   କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମକୁ ଯାଉଥିଲା । ତେବେ ଉର୍ମଳ ଗ୍ରାମରୁ ୩ କିଲୋମିଟର ଯିବା ପରେ ରାସ୍ତା ପାର୍ଶ୍ୱରେ ନାବରା ଜଙ୍ଗଲରେ ମୃତଦେହକୁ ପୋତିଦବୋକୁ ଚାହିଁଥିଲେ ଖେଲା ।

କିନ୍ତୁ  ନାବରା ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୁଣି ଶବକୁ ଟ୍ରଲିରେ ଧରି ନିଜ ଗ୍ରାମକୁ ଯିବା ବାଟରେ ସ୍ୱାମୀ ଖେଲାଙ୍କୁ ଅଟକାଇଥିଲା ପୋଲିସ୍ । ପରେ ପୋଲିସ ସହାୟତାରେ ମୃତଦେହ ଖେଲାଙ୍କ ଗ୍ରାମକୁ ପଠା ଯାଇଥିବାର ସୂଚନା ମିଳିଛି ।

0
0
0
s2sdefault