ହେଡଲାଇନସ୍:

ପୁଣି ଅଲୋଡା ହେଲା ଶିଶୁକନ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା / ଦିଲ୍ଲୀପ ମହାନ୍ତି :- ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ । ଆଜି ସ୍ପଷ୍ଟ ଦିବାଲୋକରେ କେହି ଜଣେ ୧୦/୧୫ ଦିନର ଶିଶୁକନ୍ୟା ଟିକୁ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଛନ୍ତି । କିଏ କଣ ପାଇଁ ଏହି ଶିଶୁକନ୍ୟା ଟିକୁ ଡାକ୍ତରଖାନାରେ ଛାଡି ଚାଲିଯାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଡାକ୍ତରଖାନାରେ ଲୋକମାନେ ଶିଶୁଟିକୁ ଦେଖି ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ଏବଂ ପରେ ବେତନଟୀ ପୋଲିସ କୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭିକୁ ଜବତ କରିଛନ୍ତି । ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ । ତେବେ ଶିଶୁଟିର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ପରୀ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଜନମଙ୍ଗଳ ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବେଳେ ଏପରି ୧୦/୧୫ ଦିନର ଶିଶୁକୁ ଡାକ୍ତରଖାନାରେ ଛାଡି ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଜନ ସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

0
0
0
s2sdefault