ହେଡଲାଇନସ୍:

ନବୀନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବିପତ୍ର ଦେଲା ନବନିର୍ମାଣ କୃଷକ ସଙ୍ଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ  ବିରୋଧରେ ମାମଲା ରୁଜୁ ନିମନ୍ତେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବିପତ୍ର ପ୍ରଦାନ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ବର୍ତମାନ ନିର୍ବାଚନରେ ଜିତିବା ପରେ ଚାଷୀଙ୍କୁ ଠକିବା ଅଭିଯୋଗ ଆଣି ମୟୂରଭଞ୍ଜ ଆରାକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିକଟରେ ଦାବି ପତ୍ର ଦେଇଛି ଓଡିଶା ନବ ନିର୍ମାଣ କୃଷକ ସଙ୍ଗଠନର ମୟୂରଭଞ୍ଜ ଶାଖାର ସଦସ୍ୟ ଓ ସମର୍ଥକମାନେ । ଏହି ପରିପ୍ରେକ୍ଷୀରେ ନବ ନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ  ଶାଖା ପକ୍ଷରୁ ଶତାଧିକ କୃଷକ ହାତରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ହାତରେ ବେନର ଓ ପ୍ଲେକାର୍ଡ ଧରି ମଧୁବନ ମିନି ଷ୍ଟାଡିୟମରୁ ରାଲିରେ ବାହାରି ସହର ପରିକ୍ରମା କରି ଆରାକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ  ବିରୋଧରେ ଆଗତ ଅଭିଯୋଗ ଆଧାରରେ କାଳିଆ ଯୋଜନାରେ ନିର୍ବାଚନ ପୂର୍ବରୁ ସମସ୍ତ ଚାଷୀଙ୍କୁ ଦଶ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ବର୍ତମାନ କେବଳ ଚାରି ହଜାର ଟଙ୍କା ଦେଉଛନ୍ତି । ଏଥି  ସହ ରାଜ୍ୟରେ ମାତ୍ର ଚାଳିଶ ପ୍ରତିଶତ ଚାଷୀ ଏଥିରୁ ଉପକୃତ ହୋଇ ପାରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସିଧା ସଳଖ ଭାବେ ଗରିବ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଠକି ଥିବାରୁ ତାଙ୍କ ବିରୋଧରେ ଆଇପିସି  ଧାରା ୪୦୬, ୪୦୯, ୪୧୫ ଓ ୪୨୦ରେ ମୋକର୍ଦ୍ଦମା ରୁଜୁ କରାଯିବା ନିନାନ୍ତେ ନବ ନିର୍ମାଣ କୃଷକ ସଙ୍ଗଠନ ଦାବି କରିଛି  । ଆଜିର ଏହି କାର୍ଯ୍ୟକ୍ରମରେ ଶିବ ଶଙ୍କର ନାୟକ, ରଣଜିତ ନାୟକ, ରମାକାନ୍ତ ନାୟକ, ଶୁକୁରା ଖିଲାର, ଶ୍ୟାମସୁନ୍ଦର ଖିଲାର, ଭାସ୍କର ଜେନା, ଯୁଗେନ୍ଦ୍ର ସାମଲ, ବିଜ୍ଞାନନ୍ଦ ମଲ୍ଲିକ, ନରସିଂହ ବେହେରା, ବାଙ୍କା ସିଂ, ନିରଞ୍ଜନ ପାତ୍ର, ଦଶରଥ ମୁର୍ମୁ, ବଳରାମ ସିଂ, ସୁନାରାମ ସିଂ, ଭୀମ ମୁର୍ମୁ, ଶ୍ରୀକାନ୍ତ ଜେନା ଓ କାର୍ତ୍ତିକ ମହାପାତ୍ର ପ୍ରମୁଖ ଜିଲ୍ଲାର ୨୬ଟି ବ୍ଲକରୁ ଶତାଧିକ କୃଷକ ଯୋଗ ଦେଇଥିଲେ ।

0
0
0
s2sdefault