ହେଡଲାଇନସ୍:

ବାଦୀକଟା ଠାରେ ବିଲାତି ବାଇଗଣ ଚାଷୀଙ୍କ ସମାବେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପର-ବରଗଡ ଜିଲ୍ଲାର ଅଧିବାସୀ ଚାଷ ଉପରେ ନିର୍ଭର କରି କରିଥାନ୍ତି  । ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପୀଡ଼ିତ ଅଂଚଳ ହୋଇଥିବା ହେଲେ ସବୁ ସମୟରେ ଧାନ ଅମଳର ପରିମାଣ କମିଯାଇଥାଏ  । କମ ପାଣିରେ ପନିପରିବା ଚାଷ କରି ପଦ୍ମପୁର ଉପଖଣ୍ଡର ଚାଷି ଲାଭାନ୍ୱିତ ହେବା ପାଇଁ ଚ୍ୟହେଷ୍ଟ କରିଥାନ୍ତି  । କମ ପାଣିରେ ଏହି ଅଂଚଳର ଚାଷୀ ମୁଖ୍ୟତଃ ବିଲାତିବାଇଗଣ ଚାଷ କରିଥାନ୍ତି । ବାଦୀକଟା ଅଂଚଳର ଚାଷୀ ମଧ୍ୟ ବିଲାତିବାଇଗଣ ଚାଷ କରି ବେଶ ଲାଭାନ୍ୱିତ ହେଉଛନ୍ତି  । ଏଠାକାର ଚାଷୀ କଳସ ସିଡସ ନାମକ ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବାହୁବଲି ବିଲାତି ବାଇଗଣର ମଂଜି ବ୍ୟବହାର କରୁଛନ୍ତି  । ଯାହାକି  କମ ପାଣି ସହ କମ ସମୟ ମଧ୍ୟରେ ଅମଲ ହୋଇପାରୁଛି , ଗୋଟିଏ ଗଛରୁ ବହୁ ମତ୍ରାରେ ଆଦାୟ ମଧ୍ୟ ହେଉଛି   । ଯାହାକି ଚାଷୀଙ୍କ ପାଇଁ ଲାଭଦାୟକ  । ତେଣୁ ଚାଷୀଙ୍କୁ ବିଲାତି ବାଇଗଣ ବିଷୟରେ ସଚେତନ କରିବା ସହ ବିଭିନ୍ନ କୌଶଳ ମାନ ଜଣାଇବା ପାଇଁ କଳସ ସିଡସ ପକ୍ଷରୁ ଏକ ଚାଷି ସଚେତନ ସଭା ଅନୁଷ୍ଠିତ  ହୋଇଯାଇଛି  । ଏହି ଅବସରରେ ସଫଲ ଚାଷୀଙ୍କ ବିଲ ପରିଦର୍ଶନ କରା ଯାଇଥିଲା |  ସଫଳ ଚାଷୀ ଆଦିତ୍ୟ ପ୍ରଧାନ,ଯୁଧିଷ୍ଠିର  ପ୍ରଧାନ,ଟିକସ ସାହୁ,ଗୋବିନ୍ଦ ବିଶ୍ୱାଲ ଓ ଜୟଦେବ ପଟେଲଙ୍କୁ କମ୍ପାନୀ  ପକ୍ଷରୁ ସମ୍ମାନିତ କରାଯାଇଥିଲା  ।

0
0
0
s2sdefault