ହେଡଲାଇନସ୍:

ଉନ୍ନତ ଧାନ ବିକ୍ରି କରି ମିର୍ଲସଙ୍କଠୁ ସମ୍ମାନିତ ହେଲେ ଚାଷୀ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ)-ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲା । ଚାଷ ଏବଂ ଚାଷିକୁ ହିଁ ନେଇ ବରଗଡ ଜିଲ୍ଲାର ରିଚୟ ହେଉଥିବା ବେଳେ ଏହାର ପଦ୍ମପୁର ଉପଖଣ୍ଡ ଏକ ମରୁଡି ଅଂଚଳ । ତାପରେ ମଧ୍ୟ ଚାଷି ପ୍ରତି ବର୍ଷ ପରିଶ୍ରମ କରି ଯଥା ଶକ୍ତି ଉପାର୍ଜନ କରନ୍ତି ସୁନର ଫସଲ । ହେଲେ ବିକିବା ବେଳେ କଟନି ଛଟନି କୁ ନେଇ ଧାନ ର ମାନ କୁ ନେଇ ପ୍ରତି ବର୍ଷ ତୁ ତୁ ମେ ମେ... । ଏ ଥର ମଧ୍ୟ ପ୍ରଥମରୁ ଟୋକନ ବ୍ୟବସ୍ଥା କୁ ନେଇ ଚାଷୀ ମାନେ ଅସନ୍ତୁଷ୍ଟ ଥିବା ବେଳେ ବର୍ତମାନ ଉନ୍ନତ ମାନର ଧାନ ପାଇ ଚାଷିଙ୍କୁ ସମ୍ମାନିତ କରିଛନ୍ତି ଲାର୍ଟ ଇଣ୍ଡସ୍ଟ୍ରି ବରଗଡ । ଏଥିରେ ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକର ଆଠ ଜଣ ଚାଷୀ ଏବଂ ଝାରବନ୍ଧ ବ୍ଲକର ଚାରି ଜଣ ଚାଷୀ ସମ୍ମାନିତ ହୋଇଛନ୍ତି । ପଦ୍ମପୁର ଉପଖଣ୍ଡ ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରପାଲ ଉକ୍ତ ବ୍ଲକ ସ୍ଥିତ ମଣ୍ଡି ଗୁଡିକୁ ଯାଇ ଚାଷି ମାନଙ୍କୁ ଉପଢୌକନ  ସହ ମିର୍ଲସ ପଠାଇ ଥିବା ୫୦୧/- ରାଶିର ଚେକ ପ୍ରଦାନ କରିଥିବା ବେଳେ ଏମିତି ପଦକ୍ଷେ ଚାଷୀଙ୍କୁ ଉତ୍ସାହିତ କରିବ ବୋଲି ପୁରସ୍କୃତ  ଚାଷୀ ପ୍ରତିକ୍ରିୟା ରଖିଛନ୍ତି । ପୁରସ୍କୃତ ଚାଷି ମାନେ ହେଲେ ଗଙ୍ଗାଧର ଭୋଇ,ଗଣେଶ ,ଲିଙ୍ଗେଶ୍ୱର ପୋଢ,ଦୟାଲାଲ ପୋଢ,ମୋତିରାମ ସୁନା,ଯୁଧିଷ୍ଠିର ସୁନା,ଫକିର ସୁନା,ସୁରଥ ତାଣ୍ଡି,ସୁରିନ୍ଦର ବାଗ,ସହଦେବ ଚନ୍ଦନ,ଚିତରଂଜନ ସାହୁ,ଡୋଳାମଣି ସାହୁ,ସଦନନ୍ଦ ସାହୁ,ହରୁ ସୁନା  ।

0
0
0
s2sdefault