ହେଡଲାଇନସ୍:

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ " ଶିଶୁ ମେଳା "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଉଚ୍ଚ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ( OSSTA) ପକ୍ଷରୁ ଶିଶୁ ମାନଙ୍କ ଅନ୍ତର୍ନିହିତ କଳାକୁ ପ୍ରସ୍ଫୁଟିତ କରିବାପାଇଁ  "  ଶିଶୁ ମେଳା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ  ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଶିକ୍ଷକ ଉଦ୍ଧବ ସାହୁ ସଭା ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଗୁଣନିଧି ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉଦ୍ଧେଶ୍ୟ ୱାପନ କରିଥିଲେ ଏବଂ  ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଭଗବାନ ପଟେଲ ଯୋଗଦାନ କରିଥିବା ବେଳେ ଅତିଥି ଭାବରେ ସି.ଆର.ସି.ସି ମହେନ୍ଦ୍ର ରାଉତ, ପୂର୍ବତନ ଚେୟାରମ୍ୟାନ ଶ୍ରୀ ଗୋଲାପ ସେଠ,ଜନକେଡା ବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୀଷ ବେହେରା  , ସାମ୍ବାଦିକ କେଦାର ନାଥ ସାହୁ ଏବଂ ଝସକେତନ ସାହୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ତର୍କ,କୁଇଜ,ନୃତ୍ୟ,କଣ୍ଠ ସଂଙ୍ଗୀତ,ଗଳ୍ପ ଲିଖନ, କବିତା ରଚନା ଆଦି ପ୍ରତିଯୋଗୀତାରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ମୂଖ୍ୟ ଅତିଥି ଶ୍ରୀଯୁକ୍ତ ପଟେଲ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ହେବାକୁ ଯାଉଥିବା ଶିଶୁ ମହୋତ୍ସବରେ ଶିଶୁମାନେ ଯୋଗଦେଇ ଗାଇସିଲେଟ ବ୍ଲକ ପାଇଁ ନିଶ୍ଚିତ ଭାବେ ସୁନାମ ଆଣିବେ ବୋଲି ବକ୍ତବ୍ଯ ଦେଇ ଉତ୍ସାହିତ କରିଥିଲେ।ଶେଷରେ ଶିକ୍ଷକ ସୁମନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault