ହେଡଲାଇନସ୍:

ଏକ ତରଫା ପ୍ରେମ :ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଯୁବକ ଥାନାରେ ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା( Dillip Mohanty)- ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡାଅସ୍ତିଆର ପ୍ରେମ କୁମାର ମହାନ୍ତ(୨୮) । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସଙ୍ଗେ ସଙ୍ଗେ ଯୁବତୀଙ୍କ ସାମାଜିକ ଗଣମାଧ୍ୟମ(ଫେଶବୁକ) ଆକାଉଣ୍ଟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିଲେ । ଏହି ସମୟରେ ଆଜି ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାକୁ ନେଇ ଯୁବତୀ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ପ୍ରେମ କୁମାର ମହାନ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବାର ଜଣାପଡିଛି ।

0
0
0
s2sdefault