ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଆଶା ଓଡିଶା, ସେଭ ଦି ଚିଲଡ୍ରେନ୍ସ, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ପୁଲିସ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ  କର୍ମଶାଲା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ କୁମୁଦ ହୋତା, ଅଶ୍ୱିନୀ ପାତ୍ର, ଆଶା ଓଡିଶା ସଭାପତି ସରସ୍ୱତୀ ମହନ୍ତ, ମହିଳା ଓ ଶିଶୁ ଡେକ୍ସ ଏସଜେ ମଣି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଶା ଓଡିଶା ପ୍ରକଳ୍ପ ସଂଯୋଜକ ସଂଜୀନ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାରେ ହେଉଥିବା ପ୍ରତ୍ୟେକ ବାଲ୍ୟ ବିବାହକୁ କିପରି ରିପୋର୍ଟ କରାଯିବ ଓ ବାଲ୍ୟ ବିବାହକୁ ବନ୍ଦ କରିବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଗଢି ତୋଳିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏସଡିପିଓ ଶ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶୋଷଣକୁ ରୋକିବାକୁ ଆମେ ସମସ୍ତେ ସଚେତନ ହେବାକୁ ପଡିବ ବୋଲି ଆହ୍ୱାନ କରିଥିଲେ । ଡିସିସପିଓ ଶ୍ରୀ ରଥ ବାଲ୍ୟ ବିବାହ ନିଷେଧ ଉପରେ ରିପୋଟିଂ ପ୍ରକ୍ରିୟାକୁ ବୁଝାଇଥିବା ବେଳେ ସିଡବ୍ଲୁସି ସଦସ୍ୟ ଶ୍ରୀ ହୋତା ବାଲ୍ୟ ବିବାହ ନିଷେଧ ଆଇନ ୨୦୧୬ ଓ ବାଲ୍ୟ ବିବାହର କୁପରିଣାମ ଉପରେ ନିଜ ମତ ଦେଇଥିଲେ । ସେହିପରି ପ୍ରକାଶ ସେନାପତି ଜେଜେବି ଆକ୍ଟ ଓ ୧୧୨ ସେକ୍ସନ ଉପରେ ଦିଗଦର୍ଶନ ଦେଇଥିଲେ । ନୂଆପଡ଼ାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ସଂକଳ୍ପ ନେଇଥିଲେ । ଆଶା ଓଡିଶା ସଭାନେତ୍ରୀ ସରସ୍ୱତୀ ମହନ୍ତ ସମସ୍ତ ଆଇନ ପ୍ରବର୍ତ୍ତନ ଅଧିକାରୀ ଙ୍କୁ ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ନିଷେଧ ଉପରେ ସପଥ ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ  । କୋମନା, ଲଖନା, ବେଲଟୁକୁରୀ, ଖରିଆର, ନୂଆପଡ଼ା ଥାନାର ଏସଜେପିୟୁ ପୁଲିସ ଅଧିକାରୀ, ୧୦ଟି ପଞ୍ଚାୟତର ସରପଞ୍ଚ, ପରା ଲିଗାଲ ସ୍ୱେଚ୍ଛାସେବୀ ଓ ଆଶା ଓଡିଶାର କର୍ମୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ୫୧ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଆଶା ଓଡିଶାର କର୍ମଚାରୀ ଉପସ୍ଥିତ ଥିଲେ । 

 

0
0
0
s2sdefault