ହେଡଲାଇନସ୍:

ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା : ସଂରକ୍ଷିତ ରଖିଲେ ଛଅଟି ଲଘୁ ଖଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏ ସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର ଯିବ ପୂର୍ତ୍ତ ବିଭାଗକୁ 

କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ  ହେବ ବ୍ୟବହାର

 ଭୁବନେଶ୍ୱର (Shasak Prashasak) ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ବେଳେ ଏଥିପାଇଁ  ଆବଶ୍ୟକ ଖଣ୍ଡୋଲାଇଟ ପଥର ସକାଶେ  ସରକାର  ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖିଛନ୍ତି  । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ | ଏ ସବୁ ଖଣ୍ଡୋଲାଇଟ ପଥର ଏହା କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ଜଣାପଡିଛି |

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ  ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁରର ଛାଣ୍ଡି ବ୍ଲକ, ଶୁଖୁଆପାହାଡ଼ ଓ ତେଲିଗଡ଼, କଟକର ଗୋବିନ୍ଦପୁର, ଖୋର୍ଦ୍ଧାର କୁରୁମପଡା ଓ କୁଣ୍ଡାକୁଣ୍ଡି ପଥର ଖଣିକୁ ଓଏମସିକୁ ଲିଜ ସୂତ୍ରରେ ଦିଆଯାଇଛି । ଏହିସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର କେବଳ ପୂର୍ତ୍ତ ବିଭାଗ କିମ୍ବା ପୁର୍ତ୍ତ ବିଭାଗ ଦ୍ଵାରା ଅଧିକୃତ ସଂସ୍ଥାକୁ ଦିଆଯିବ । ଏହି ପଥର କେବଳ ପୁରୀର ରୂପାନ୍ତରଣ ପାଇଁ କାର୍ଯ୍ୟରେ ବ୍ୟବହାର ହେବ । ରୂପାନ୍ତରଣ ପାଇଁ ଆବଶ୍ୟକ ନଥିବା ପଥରକୁ ଓଏମସି, ପୁର୍ତ୍ତ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହମତିରେ ଅନ୍ୟତ୍ର ବିକ୍ରି କରାଯାଇପାରିବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି |

0
0
0
s2sdefault