ହେଡଲାଇନସ୍:

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନା ଚକ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟକ୍ରମରେ ଯୋଗଦେଲେ  ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗାଭ୍ୟାସ ଭୋଇ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦୁଇଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବା ଆନ୍ତର୍ଜାତିକ ସ୍ତରର ଖ୍ୟାତି-ସମ୍ପନ୍ନ ପର୍ବତାରୋହୀ  ଯୋଗାଭ୍ୟାସ ଭୋଇଙ୍କୁ  ନେଇ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ବୋଇଯାଇଛି।

    ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ଭୋଇ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କୁ ପର୍ବତାରୋହଣର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏକ ଶୃଙ୍ଖଳିତ ଜୀବନ ତଥା ଜୀବନର ଚଲାପଥରେ ଅନେକ ବାଧାବିଘ୍ନକୁ କିଭଳି ବିନା ଦ୍ଵିଧା ତଥା ଅକ୍ଳେଶରେ ସମ୍ମୁଖୀନ କରା ଯାଇପାରିବ ସେ ସମ୍ପକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । 

   ପର୍ବତାରୋହୀ ଶ୍ରୀ ଭୋଇଙ୍କୁ ଭୌଗୋଳିକ ଜ୍ଞାନର ଅତ୍ୟନ୍ତ ଆବଶ୍ୟକ ତଥା ଅପରିହାର୍ଯ୍ୟ ପ୍ରସଙ୍ଗ ଉଲ୍ଲେଖ କରି ୨୦୧୧ ମସିହାରେ ଏଭେରେଷ୍ଟ ଶୃଙ୍ଗ ଆରୋହଣର ଦୁଃସାହସିକ ଯାତ୍ରାର ପ୍ରାଞ୍ଜଳ ଚିତ୍ର ପରିପ୍ରକାଶ କରି  ବିଶ୍ବର ଅନ୍ୟ ୫ ଟି ଗିରିଶୃଙ୍ଗ ଆରୋହଣର ନିଜସ୍ୱ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ । 

  ପର୍ବତ ଆରୋହଣ ସମୟରେ ସେ ଆଣିଥିବା ବ୍ୟବହୃତ ବିଭିନ୍ନ ଉପକରଣର ବିନିଯୋଗ ଓ ବ୍ୟବହାରିତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ତାଙ୍କ ଟିମର ଅନ୍ୟାନ୍ୟ ସଦସ୍ୟ ରାଜୁ ବେହେରା , ତାରାକାନ୍ତ ପରିଡା , ରୋମାଞ୍ଚଳ ଭୋଇ ,  ଧନପତି ବାଗ୍ , ରାଜୁ କୁମାର ରାଣା , ଲଳିତ ପୋତ ଏବଂ ଦେବେନ୍ଦ୍ର ସେନାପତି ପ୍ରମୁଖ ପର୍ବତାରୋହଣର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

      ଭୂଗୋଳ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଇନ୍ଦୁଭୂଷଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆଲୋଚନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରି ଏଭଳି କାର୍ଯ୍ୟକ୍ରମ ବ୍ୟବହାରିକ ଭୂଗୋଳ ଅଧ୍ୟୟନ ଏବଂ ଜ୍ଞାନ ଅର୍ଜନରେ ଅତ୍ୟନ୍ତ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ ।

   ଅଧ୍ୟାପକ ବୈଲୋଚନ ବେହେରା ଉପସ୍ଥିତ ରହି  ଭୂଗୋଳ ଓ ପର୍ବତ ପଠନର ଗୁରୁତ୍ୱ ଏବଂ ଏହାର ଉତ୍ପତ୍ତି ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଏଭଳି କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସାହୁଙ୍କ ଯୋଗୁଁ ପ୍ରଥମ ଥର ପାଇଁ ଭୂଗୋଳ ବିଭାଗରେ ଏବଂ ମହାବିଦ୍ୟାଳୟରେ ଆୟୋଜିତ ହୋଇ ପାରିଛି ବୋଲି କହିଥିଲେ ।

   ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଭିଷେକ ମହାପାତ୍ର ଏବଂ ପ୍ରାକ୍ତନ କର୍ମଚାରୀ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ସହ କାର୍ଯ୍ୟକ୍ରମକୁ ଉପଭୋଗ କରି ପ୍ରଶ୍ନୋତ୍ତର ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।   କାର୍ଯ୍ୟକ୍ରମ ପ୍ରାରମ୍ଭରେ  କଳ୍ପନା ଏବଂ ନିର୍ମଳା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସେହିଭଳି ଉପସ୍ଥିତ ମଞ୍ଚାସୀନ ଅତିଥି ମାନଙ୍କୁ  ସହ-ସମ୍ପାଦିକା ରାବିଡ଼ି ଦେବୀ ପ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ରୂପାଲୀନ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପାଠ୍ୟ ଚକ୍ରର ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ପରିଚାଳନା କରିଥିଲେ ।

 

0
0
0
s2sdefault