ହେଡଲାଇନସ୍:

ବରଗଡ଼ ପୋଲିସକୁ ବିରାଟ ସଫଳତା :୧୧ ଅପହର୍ତ୍ତା ଗିରଫ, ୩ ଅପହୃତ ସହି ସଲାମତ ଉଦ୍ଧାର  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଫ ସିରପ୍‌ କାରବାର ବିବାଦରୁ ଅପହରଣ ଓ ମୁଣ୍ଡଜାମିନ ମାମଲା

ବରଗଡ଼ (ଶାସକପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍‌ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି କରିବା ଅଭିଯୋଗରେ ପୋଲିସ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରପାଲିର ଶେଖ ଅପସରା, କାଳିଆ ବାଗ, ରାଜୁ ମେହେର, ସୁରଜ ଦାଶ, ଡୁମେରମୁଣ୍ଡାର ଜୟ ପ୍ରଧାନ, ସୋହେଲାର ଜିତେନ୍ଦ୍ର ସିଂ ଠାକୁର, ପିପିଲିପାଲିର ଦ୍ବାରିକା ପ୍ରସାଦ ସାହୁ, ଜଗପତି ସାହୁ, ଡୁମେରପାଲିର ପ୍ରଦୀପ ସାହୁ, ଜମିଦାରପଡାର ରଞ୍ଜନ ପ୍ରଧାନ ଏବଂ ସାହାଜବାହାଲର ସତ୍ୟମ ଦୋରା। ସେମାନଙ୍କ ପାଖରୁ ୩ଟି ଚାରି ଚକିଆ ଗାଡି, ୨ଟି ବାଇକ୍‌, ୧୧ଟି ମୋବାଇଲ ଏବଂ ଗୋଟିଏ ଖେଳଣା ବନ୍ଧୁକ ଜବତ କରାଯାଇଛି।

ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ପଦ୍ମିନୀ ସାହୁ କହିଥିଲେ, ଗତ ୧୨ ତାରିଖ ଦିନ ଉପରୋକ୍ତ ଅଭିଯୁକ୍ତମାନେ ପଦ୍ମପୁର ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅ ଅମର ପ୍ରସାଦ ସେଠୀ, ସୁଶାନ୍ତ ବାଗ ଏବଂ କ୍ଷୀରୋଦ ସାହୁଙ୍କୁ ଅପହରଣ କରି ନେଇଥିଲେ । ସେମାନଙ୍କୁ ଗୋପନୀୟ ସ୍ଥାନରେ ରଖି ଅମର ଓ କ୍ଷୀରୋଦଙ୍କ ବାପାଙ୍କୁ ଫୋନରେ ଯଥାକ୍ରମେ ଦେଢଲକ୍ଷ ଏବଂ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଟଙ୍କା ନ ଦେଲେ ସେମାନଙ୍କୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଏ ନେଇ ସେମାନଙ୍କ ପରିବାର ଲୋକେ ପୋଲିସକୁ ଫୋନରେ ଜଣାଇଥିଲେ ଏବଂ ବରପାଲି ଅଞ୍ଚଳରୁ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହିତ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ କଫ ସିରପ୍‌ କାରବାରରୁ ଅଭିଯୁକ୍ତମାନେ ଏଭଳି ଅପହରଣ ସହିତ ମୁଣ୍ଡଜାମିନ ରଖି ଟଙ୍କା ଦାବି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଏସପି ସାହୁ ସୂଚନା ଦେଇଥିଲେ।

 

0
0
0
s2sdefault