ହେଡଲାଇନସ୍:

ଯୁବକଙ୍କ  କ୍ଷତାକ୍ତ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ ) :- ଆଜି ବରଗଡ଼ ଜିଲ୍ଲା ବରପାଲି ର ଜଗନ୍ନାଥ ନଗର ମାଷ୍ଟର କଲୋନୀରେ ଜଣେ ଯୁବକଙ୍କ  ମୃତଦେହ ମିଳିଥିଲା । ମୃତ ଯୁବକର ବୟସ ପ୍ରାୟ ବାଇଶି ପାଖାପାଖି ଅନୁମାନ କରାଯାଉଛି । ମୃତ ଯୁବକଙ୍କ  ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ବରପାଲି ପୋଲିସ ଘଟଣା ସ୍ଥଳରେ ପହଂଛି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଖବର ପାଇଁ ବରଗଡ଼ SP ପଦ୍ମିନୀ ସାହୁ ମଧ୍ୟ ତତ୍କ୍ଷଣାତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପଟେ ପୋଲିସ ସନ୍ଧାନୀ କୁକୁର ଲଗାଇ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡି ଥିବାବେଳେ ଏ ପର୍ଯ୍ୟନ୍ତ  ମୃତ ଯୁବକଙ୍କ  ପରିଚୟ ମିଳି ପାରିନାହିଁ ।

0
0
0
s2sdefault