ହେଡଲାଇନସ୍:

ସୁଶାନ୍ତଙ୍କ ଉପରେ ଡବଲ ଆସ୍ଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିଟି  ପରୀକ୍ଷାରେ ଅବଲ ନମ୍ବର ଆସୁଥିବା, ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟର କଷଟି ପଥରରେ ଖରା ସୋନା ବୋଲି ପ୍ରମାଣିତ ହୋଇଥିବା ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବନେତା ସୁଶାନ୍ତ ସିଂଙ୍କ ଉପରେ ଅଧିକ ଗୁରୁ ଦାୟିତ୍ୱ | ମୁଖ୍ୟମନ୍ତ୍ରୀ ତାଙ୍କ ଦକ୍ଷତା ଓ ଆନୁଗତ୍ୟ ଉପରେ ପ୍ରକଟ କରିଛନ୍ତି ଡବଲ ଆସ୍ଥା |

   କିଛି ମାସର ବ୍ୟବଧାନରେ ପୁଣି ଯୋଜନା ବୋର୍ଡ ସଭାପତି ସ୍ତରରେ ହୋଇଛି ଅଦଳବଦଳ । ଅବଶ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦୁଇ ଦୁଇଟି ଜିଲ୍ଲାର ଯୋଜନା ବୋର୍ଡ ଦାୟିତ୍ୱ ଦିଆଯିବା ବେଳେ ବାରି ହୋଇ ପଡୁଥିଲା ଯେ ନିଶ୍ଚିତ ଭାବେ ପ୍ରଫୁଲଲଙ୍କୁ ଖୁବ ଶୀଘ୍ର ଗୋଟିଏ ଜିଲ୍ଲା ଦାୟିତ୍ବରୁ ଅବ୍ୟାହତି ଦିଆଯିବ । ଆଉ ସେଇଆ ହିଁ ହେଲା ।  ଶ୍ରୀ  ମଲ୍ଲିକଙ୍କ ହାତରୁ ଚାଲିଯାଇଛି ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ । ଗଲା ଡବଲ୍ ଜିଲ୍ଲାର ଯୋଜନା ବୋର୍ଡ ଦାୟିତ୍ୱ । ସେ କେବଳ ରହିବେ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ।ଆଉ ଦେବଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି  ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ।  ତାଙ୍କଠାରୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ କାଢି ଦିଆଯାଇଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ । ଏହି ଅଦଲବଦଳରେ ପୁରସ୍କୃତ ହୋଇଛନ୍ତି ପଶ୍ଚିମ ଓଡିଶାର ଟାଣୁଆ ଯୁବନେତା, ନବୀନଙ୍କ ଟିମର ଜଣେ ଭରସାଯୋଗ୍ୟ ଆକ୍ରମକ ଫରୱାର୍ଡ ପ୍ଲେୟାର  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ସେ ସମ୍ପ୍ରତି ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ସଭାପତି ପଦ ସମ୍ଭାଳୁଥିବା ବେଳେ ତାଙ୍କୁ ଆଉ ଗୋଟେ ଗୁରୁତ୍ବପୂର୍ଣ ତଥା ସମ୍ବେଦନଶୀଳ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି   । ମନ୍ତ୍ରୀ ନବଦାସ ଙ୍କ ଠାରୁ ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ କାଢି ନିଆଯାଇ ଦିଆଯାଇଛି ମନ୍ତ୍ରୀ ସୁଶାନ୍ତଙ୍କୁ ।  ଦୁଇଟି ଯାକ ଗୁରୁତ୍ୱପୂର୍ଣ ଜିଲ୍ଲା ସମ୍ବଲପୁର  ଓ ବଲାଙ୍ଗୀରର ଯୋଜନା ବୋର୍ଡ ସମ୍ଭାଳିବେ ସୁଶାନ୍ତ  ।

ଅଗଷ୍ଟ ମାସରେ  ଜିଲ୍ଲା ଯୋଜନା କମିଟି ଗୁଡ଼ିକର ପୁର୍ନଗଠନ କରି ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା | ଆଉ  ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଯୋଜନା ବୋର୍ଡ ଦାୟିତ୍ୱ ଦିଆଯାଇଥିଲା ।

0
0
0
s2sdefault