ହେଡଲାଇନସ୍:

ପରିତ୍ୟକ୍ତ କୁଅରୁ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁର ଏକ କୁଅରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଯୁବକ ଜଣକ ହେଲେ କେନ୍ଦୁବାହାରା ଗାଁର ରାଜକୁମାର ରାଉତ(୨୧) । ଧରମବନ୍ଧା ପୁଲିସ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଆଇଆଇସି ଦିଲିପ ଲାକ୍ରା ସୂଚନା ଦେଇଛନ୍ତି । 

  କେନ୍ଦୁବାହାରା ଗାଁର ଲଲତୁ ରାଉତଙ୍କ ପୁଅ ରାଜକୁମାର ଛତିଶଗଡ଼ ରାଜ୍ୟ ରାୟପୁର ସହରରେ ଏକ କିରାନା ଦୋକାନରେ କାମ କରୁଥିଲେ । ଗତ ୯ ତାରିଖରେ କେନ୍ଦୁବାହାରା ଗାଁରେ ଏକ କୃଷୀ ଭିର୍ତ୍ତିକ ଯାତ୍ରା ହୋଇଥିଲେ । ଏହି ଯାତ୍ରାରେ ଯୋଗ ଦେବାକୁ ରାଜକୁମାର ନିଜ ଗାଁକୁ ଆସିଥିଲେ । ଦିନ ତମାମ ଯାତ୍ରାରେ ସାମିଲ ହୋଇ ଭୋଜି ଭାତରେ ମସ୍ଗୁଲ ହୋଇଥିଲେ । ସନ୍ଧ୍ୟାରେ ଗାଁ ର ଅନ୍ୟ ଜଣେ ଲୋକଙ୍କ ସହ କଳି ଝଗଡ଼ା ହୋଇଥିଲେ । କିଛି ସମୟ ପରେ ଅନ୍ଧାର ରାତିରେ ରାଜକୁମାର ନିଖୋଜ ହୋଇଥିଲେ । ରାତିରେ ପରିବାର ଲୋକେ ବହୁ ଖୋଖୋଜି କରିଥିଲେ ବି ରାଜକୁମାରଙ୍କ ପତ୍ତା ମିଳିନଥିଲା । ତା ପର ଦିନ ସକାଳେ ତାଙ୍କ ସମ୍ପର୍କୀୟ, କାମ କରୁଥିବା ରାୟପୁର କିରାନା ଦୋକାନ ମାଲିକଙ୍କୁ ପଚରା ଉଚୁରା କରିଥିଲେ ବି ଖୋଜ ଖବର ମିଳିନଥିଲା ।  ଗାଁ ମଝିର ଏକ ପରିତ୍ୟକ୍ତ କୁଅରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହି ସମୟରେ ଧରମବନ୍ଧା ଆଇଆଇସି ଦିଲିପ ଲାକ୍ରା ଏକ ମାମଲାର ତଦନ୍ତ ପାଇଁ କେନ୍ଦୁବାହାରା ଗାଁ ପଟେ ଯାଇଥିଲେ । ଗାଁ ଦାଣ୍ଡରେ ବହୁ ଲୋକେ ରୁଣ୍ଡ ହୋଇଥିବା ଦେଖିବାକୁ ପାଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ କୁଅ ଭିତରେ ପାଣିରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କ ଉଦ୍ୟମ ରେ ମୃତ ଦେହକୁ କୁଅରୁ ବାହାର କରିଥିଲେ । ସେଠାରେ ଗାଁ ରୁ ନିଖୋଜ ରାଜକୁମାରଙ୍କ ମୃତ ଦେହ ବୋଲି ଚିହ୍ନଟ କରିଥିଲେ । ଧରମବନ୍ଧା ପୁଲିସ ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ କରି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଆଇଆଇସି ଶ୍ରୀ ଲାକ୍ରାଙ୍କୁ ପଚାରିବାରୁ, କେନ୍ଦୁବାହାର ଗାଁର ଏକ କୁଅରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଜବତ କରିଛୁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ଓ ଆମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ ବୋଲି କହିଥିଲେ ।

 

0
0
0
s2sdefault