ହେଡଲାଇନସ୍:

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ କମଲାମାଲ ସେବାଶ୍ରମ ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଅବ୍ୟବସ୍ଥା ତଥା ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝି ସମାଧାନ ପାଇଁ ପ୍ରତିଶୃତି ଦେଲେ

" ସେବାଶ୍ରମରେ ମେଟ୍ରନ ଜଣକ ପିଲା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ରୋଷେୟା ମାନେ ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଭେଦଭାବ ରଖୁଥିବା ପିଲାମାନେ ଅଭିଯୋଗ କରିଥିଲେ । ରୋଷେୟା ମାନେ ପିଲା ମାନଙ୍କୁ ଦୋକାନକୁ ଗୁଟଖା କିଣିବାକୁ ପଠାଇଥାନ୍ତି । "

ନୂଆପଡ଼ା,(ଅମିତ ପୁରୋହିତ) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୋକାଲ ପଞ୍ଚାୟତ କମଲାମାଲ ସେବାଶ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି ପରିଦର୍ଶନରେ ଯାଇଥିଲେ । ସେବାଶ୍ରମ ଅନେକ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ପାଇଥିଲେ । ସେହିପରି ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ସମସ୍ୟା ପଚାରି ବୁଝିଥିଲେ ଓ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତ ଦେଇଛନ୍ତି ।

         ସୂଚନାମତେ, ଅପରାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ଓ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି ବୋଡେ଼ନ ବ୍ଲକ କମଲାମାଲ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସେବାଶ୍ରମ ସ୍କୁଲରେ ପହଞ୍ଚôଥିଲେ । ସେଠାରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଅନେକ ଅବ୍ୟବସ୍ଥା ଦେଖିବାକୁ ପାଇଥିବା ସୂଚନା ଦେଇଛନ୍ତି । ସେବାଶ୍ରମରେ ୧ମ ଶ୍ରେଣରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିରୁ ୧୫୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି । ଛାତ୍ରଛାତ୍ରୀଙ୍କ ପାନୀୟ ଜଳ ପାଇଁ ଗୋଟିଏ ନଳକୂଅ ରହିଛି । ସେଥିରୁ  ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି । ଯାହାକି ପିଲାଙ୍କ ପିଇବା ଯୋଗ୍ୟ ନୁହେଁ । ସରକାର ତଥା ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ସମସ୍ତ ସେବାଶ୍ରମରେ ଫିଲ୍ଟର ପାଣି(ଆରଓ) ଦେବାର ସୁବିଧା ରହିଥିବା ବେଳେ ଏହି ସେବାଶ୍ରମରେ ବ୍ୟତିକ୍ରମ ଦେଖା ଦେଇଛି । ଫଳରେ ଛାତ୍ରଛାତ୍ରୀମାନେ ବିଶୁଦ୍ଧ ପିଇବା ପାଣି ବୁନ୍ଦାଏ ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେବାଶ୍ରମ ଭିତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ମଶାମାଛିଙ୍କ ପ୍ରର୍ଦୁଭାବ ବଢିବାରେ ଲାଗିଥିବା ବେଳେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଡ୍ରେନେଜ ସୁବିଧା ନଥିବାରୁ ସେବାଶ୍ରମରେ ଆବର୍ଜନା ପାଣି ଗାଁ ଦାଣ୍ଡରେ ଭାସୁଛି । ବାଳିକା ହଷ୍ଟେଲର ମୁଖ୍ୟ କବାଟ ଭାଙ୍ଗି ଯାଇଥିବାରୁ ରାତିରେ ଛାତ୍ରୀ ମାନେ ଅସୁରକ୍ଷୀତ ଭାବେ ରହୁଛନ୍ତି । ବିନା କବାଟ ଲଗିଥିବା କୋଠରୀରେ ଛାତ୍ରୀ ମାନେ ଭୟଭିତ ଅବସ୍ଥାରେ ରାତ୍ରୀ ଜାପନ କରୁଛନ୍ତି । ସେବାଶ୍ରମର ଚାରିପଟେ ପାଚେରୀ ବ୍ୟବସ୍ଥା ନାହିଁ । ଏବେ ଦିନ ବେଳା ବୁଲା ଗାଇ ଗୋରୁ ପଶି ଯାଉଥିବା ବେଳେ ରାତିରେ ଛାତ୍ରଛାତ୍ରୀଙ୍କ ପ୍ରତି ବନ୍ୟଯନ୍ତୁଙ୍କ ଭୟ ରହୁଛି । ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସିସି ଟିଭି ଲାଗିଥିଲେ ବି ବହୁ ଦିନ ହେଲା କାମ କରୁନାହିଁ । ପିଲାଙ୍କୁ ନିମ୍ନ ମାନର ଖାଦ୍ୟ ଦେଉଥିବା ବେଳେ ଖାଦ୍ୟ ମେନୁ ଅନୁସାରେ ପିଲାଙ୍କୁ ଖାଦ୍ୟ ମିଳୁନାହିଁ । ସେବାଶ୍ରମରେ ମେଟ୍ରନ ଜଣକ ପିଲା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ରୋଷେୟା ମାନେ ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଭେଦଭାବ ରଖୁଥିବା ପିଲାମାନେ ଅଭିଯୋଗ କରିଥିଲେ । ରୋଷେୟା ମାନେ ପିଲା ମାନଙ୍କୁ ଦୋକାନକୁ ଗୁଟଖା କିଣିବାକୁ ପଠାଇଥାନ୍ତି । ସେବାଶ୍ରମ ମଧ୍ୟାହ୍ନ ଭୋଜନ ଷ୍ଟକ୍ ରେଜିଷ୍ଟର ଠିକ ଭାବେ ପରିଚାଳନା ହୋଇନଥିବା ଦେଖିବାକୁ ପାଇଥିଲେ । ସେବାଶ୍ରମର ପ୍ରଧାନ ଶିକ୍ଷକ ଗୌତମ ପାତ୍ର ଓ ସହ ଶିକ୍ଷକ ଧର୍ମୁଧର ମେହେର ପିଲା ମାନଙ୍କୁ ମାନସିକ ଚାପରେ ରଖୁଥିବା ଛାତ୍ରଛାତ୍ରୀ ଓ ଗାଁ ଲୋକେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଏଭଳି ଅନେକ ଅବ୍ୟବସ୍ଥାରେ କମଲାମାଲ ସେବାଶ୍ରମ ଗତି କରୁଛି । ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଚାଲି ଆସିଥିଲେ । ଆଗାମୀ ଦିନରେ ସମସ୍ତ ଅଭିଯୋଗକୁ ଏକ ପରିଦର୍ଶନ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳ ମଧୁସ୍ମିତା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝିଙ୍କୁ ପ୍ରଦାନ କରାଯିବ ଓ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ସେବାଶ୍ରମ ଠିକ ଭାବରେ ଚାଲିଥିବା ରିପୋର୍ଟ ଦେଖାଇ ଜିଲ୍ଲା ମଙ୍ଗଳ ବିଭାଗ ବାହାବାହା ନେଉଥିବା ବେଳେ କମଲାମାଲ ର ଅବସ୍ଥା ସମସ୍ତଙ୍କୁ ଚକିତ କରିଦେଇଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିୟମିତ ପରିଦର୍ଶନ ନ ହେଉଥିବାରୁ ଏପରି ଅବ୍ୟବସ୍ଥା ହେଉଛି ବୋଲି ବୃଦ୍ଧିଜିବୀ ମହଲରେ ଅଭିଯୋଗ ହେଉଅଛି । ପରିଦର୍ଶନ ବେଳେ ଜିଲ୍ଲା ପରିଷଦ ଷ୍ଟେନୋ ଅନିଲ ଦାସ ଉପସ୍ଥିତ ଥିଲେ ।   

 

 

 

 

 

 

0
0
0
s2sdefault