ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ କୃଷି ନୀତି  ନିର୍ଦ୍ଧାରଣ କମିଟି ବୈଠକ :ମୋଟ ୯୯,୬୩୦ହେକ୍ଟର ଜମିରେ ରବି ଫସଲ  ପାଇଁ ଲକ୍ଷ୍ୟ ଧାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା: (ଦିଲ୍ଲୀପ ମହାନ୍ତି):  ମୟୂରଭଞ୍ଜ ଜିଲ୍ଲାରେ  ଚଳିତ ୨୦୧୯-୨୦ ରବି ଫସଲ ଚାଷ ପାଇଁ ଜିଲ୍ଲା କୃଷି ନୀତି  ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲପାଳା ମୟୂରଭଞ୍ଜ, ଶ୍ରୀ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ମୁଖ୍ୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଥିଲା । ଅନୁଷ୍ଠିତ  ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୟୂରଭଞ୍ଜ ଶ୍ରୀ ଦାମୋଦର ସେଠୀ, ଡିଡିଏମ୍  ନାବାର୍ଡ, ମୟୂରଭଞ୍ଜ ସ୍ମୃତି ରଂଜନ ପଟ୍ଟନାୟକ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଲଡିଏମ୍, ମୟୂରଭଞ୍ଜ ଦିଲ୍ଲୀପ କୁମାର ସାହୁ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଏସ୍ କେ ଦାସ ପ୍ରମୁଖ ସମେତ ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସଂପୃକ୍ତ ଲାଇନ ବିଭାଗପଦାଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇ ଜିଲ୍ଲାର କୃଷି ଭିତ୍ତିକ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ଚଳିତ ଖରିଫ୍ ଫସଲ ୨୦୧୯ ଏବଂ ରବି ଫସଲ ୨୦୧୯-୨୦ କାର୍ଯ୍ୟଖସଡା ସଂପର୍କରେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା କୃଷିବିଭାଗ ଯୋଜନା କାର୍ଯ୍ୟସୂଚୀ ଉପରେ ପ୍ରଥମେ ଚଳିତ ୨୦୧୯ ଖରିଫ୍ ଫସଲ ଚାଷ ସଂପର୍କୀତ ଯଥା ଜିଲ୍ଲାର ବୃଷ୍ଟିପାତ, ବଭିନ୍ନ ଫସଲଚାଷ ଓ ଉତ୍ପାଦନର ସ୍ଥିତି, ବିଭିନ୍ନ ପ୍ରକାର ସାର ବ୍ୟବହାର, ବିଭିନ୍ନ କୃଷିଯନ୍ତ୍ରର ଉପଯୋଗ , କୃଷିଋଣ ସହାୟତା, ରାଷ୍ଟ୍ରୀୟ  କୃଷିବିକାଶ ଆଦି ଯୋଜନା କାର୍ଯ୍ୟାନ୍ଵୟନ ଉପରେ ସମୀକ୍ଷା ମୂଳକ ଆଲୋଚନା କରାଯାଇଥିଲା । ସମୀକ୍ଷାରେ ଚଳିତ ଖରିଫ ଋତୁରେ ଜିଲ୍ଲାର ମୌସୁମୀ ବୃଷ୍ଟିପାତର ପରିମାଣ ୧୦୭୫.୨୮ମିମି ହୋଇଥିବା ବେଳେ ଏହା ଜିଲ୍ଲାର ସ୍ୱଭାବିକ ବୃଷ୍ଟିପାତର ୧୨୨୫.୦୦ମି.ମି. ପରିମାଣରୁ ୧୨.୨୨% କମ୍ ବୃଷ୍ଟିପାତ ହୋଇଥିବାର ଜଣାଯାଇଛି । ଜିଲ୍ଲାରେ ୪୩୭୦୦ ହେକ୍ଟର ଜମିରେ ବିଭିନ୍ନ ଖରିଫ ଫସଲ ଲକ୍ଷ୍ୟଧାର୍ଯ୍ୟରୁ ୪୨୮୬୪୬ ହେକ୍ଟର ଜମିରେ ଖରିଫ ଫସଲ କରାଯାଇଛି ଯାହା କି  ଫସଲ ଉତ୍ପାଦନ ପରିମାଣ ବେଶ ଆଶାଜନକ ହେବ ବୋଲି କୃଷି ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।

 ତତ୍ପରେ ଚଳିତ ୨୦୧୯-୨୦ ରବି ଫସଲ କାର୍ଯ୍ୟଖସଡା ଉପରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ଜିଲ୍ଲାରେ ଥିବା ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଉତ୍ସର ଉପଯୋଗିତାକୁ ଆଧାର କରି ମୋଟ୯୯୬୩୦ ହେକ୍ଟର ଜମିରେ ବିଭିନ୍ନ ରବି ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ଧାନ ୭୦୦୦ ହେକ୍ଟର, ଗହମ-୬୦୦ ହେକ୍ଟର, ଉନ୍ନତମାନର ମକା-୨୫୦୦ ହେକ୍ଟର, ମୁଗ-୧୧୦୦୦ହେକ୍ଟର, ବିରି-୩୦୦୦ହେକ୍ଟର, କୋଳଥ-୪୦୦୦ହେକ୍ଟର ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ୧୬୫୦୦ହେକ୍ଟର, ଚିନାବାଦାମ-୪୦୦୦ହେକ୍ଟର, ସୂର୍ଯ୍ୟମୁଖୀ-୪୦୦ହେକ୍ଟର, ସୋରିଷ-୭୦୦ହେକ୍ଟର ଓ ଅନ୍ୟାନ୍ୟ ତୈଳବୀଜ  ଜାତୀୟ ୧୫୭୦୦ହେକ୍ଟର, ଆଳୁ ୧୦୦୦-ହେକ୍ଟର, ପିଆଜ-୨୦୦୦ ହେ. ଓ ଅନ୍ୟାନ୍ୟ ପନିପରିବା ଜାତୀୟ ଫସଲ ୨୬୨୦୦ହେକ୍ଟର ଏବଂ ମସଲା ଜାତୀୟ ଫସଲ ୭୧୩୦ହେକ୍ଟର ଜମିରେ ଫସଲ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚଳିତ ରବି ଋତୁରେ ବିଭିନ୍ନ ଫସଲ ଚାଷ ପାଇଁ ମୋଟ୪୩୦୧କ୍ୱିଣ୍ଟାଲ  ବିହନ, ୬୬୮୦ ମେଟ୍ରିକ ଟନ ରାସାୟନିକ ସାର ଓ ୨୩୦୦୦ ହେକ୍ଟର ଜମିରେ ଜୈବିକ ସାର ଉପଯୋଗ ପାଇଁ ଯୋଗାଇଦେବାର ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ନାବାର୍ଡ କୃଷିସମବାୟ ଓ ରାଷ୍ଟ୍ରାୟତ ବାଣିଜ୍ୟ ବ୍ୟାଙ୍କ ଜରିଆରେ ଆବଶ୍ୟକୀୟ କୃଷି ଋଣ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଜିଲ୍ଲାର ସମସ୍ତ କୃଷିଭିତ୍ତିକ  କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀ ଫସଲ ଚାଷ ଓ କୃଷି ଭିତିକ ବିଭିନ୍ନ ସୁବିଧା ସୁଯୋଗ ଦିଗରେ ଦୃଷ୍ଟି ଦେଇ ସମସ୍ତ ତାଲିମ କର୍ମଶାଳା ଗ୍ରାମପଂଚାୟତ ଅଂଚଳର ଆୟୋଜନ କରିବାକୁ ସମସ୍ତ କୃଷି ଓ ସଂପୃକ୍ତ ଲାଇନ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ସେହି ପରି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ସଫଳ ରୁପାୟନ ଦିଗରେ ବିଶେଷ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟକ୍ରମ ତରାନ୍ନିତ କରିବାକୁ ଗୁରୁତତ୍ୱାରୋପ କରାଯଅଇଥିଲା ।

 ଏଥି ସହିତ ବୈଠକରେ ୨୫ତମ କୃଷି ବୈଷୟୀକ ପରିଚାଳନା ସଂସ୍ଥା (ଆତ୍ମା) ଯୋଜନା କର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟ ଖସଡା ସଂପର୍କରେ ସବିଶେଷ ଆଲୋଚନା କରାଯାଇ ୨୦୧୯-୨୦ ବର୍ଷର ବିଭିନ୍ନ ଖରିଫ ଫସଲ ଚାଷ କାର୍ଯ୍ୟକ୍ରମରେ ନଭେମ୍ବର ପର୍ଯ୍ୟନ୍ତ ହୋଇଥିବା ଖର୍ଚ୍ଚ ଏବଂ ରବି ଫସଲ ଚାଷ କାର୍ଯ୍ୟକ୍ରମର ପ୍ରସ୍ତାବିତ ଯୋଜନା ଅଟକଳ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା । 

 

 

 

 

 

0
0
0
s2sdefault