ହେଡଲାଇନସ୍:

ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ସାଏ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ନୂଆପଡାର ବାର୍ଷିକ ଉତ୍ସବ ଅବସରରେ ଆଠମଲ୍ଲିକ ବିଧାୟକ ଶ୍ରୀରମେଶଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବରେ  ଯୋଗଦାନ କରିଛନ୍ତି I ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ  କାର୍ଯ୍ୟକ୍ରମ କରିଥିବାବେଳେ କ୍ଷୁଦ୍ର  ନାଟକ-"ଭାଇ ଭଉଣୀ ଅଜବ କାହାଣୀ" ମଞ୍ଚସ୍ଥ ହୋଇଥିଲା I କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ବ୍ୟମକେଶ ମିଶ୍ର, ସମାଜସେବୀ କ୍ଷୀରୋଦଚନ୍ଦ୍ର ବଘାର, ଆଇନଜୀବୀ ଗଣେଷ କର୍ମୀ,ବିଜୟ କୁମାର ମହାଖୁଡ, ପ୍ରାଧ୍ୟାପକ ଡଃ. ମନୋରଞ୍ଜନ ମହନ୍ତ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ହିମାଞ୍ଚଳ ପ୍ରଧାନ ଶିକ୍ଷାକେନ୍ଦ୍ରର ,ସଭାପତି ପୂର୍ଣ୍ଣଚନ୍ଦ୍ର ମହାଖୁଡ,  ଅବସର ପ୍ରାପ୍ତଶିକ୍ଷକ ଋଷଭ ପାଣ୍ଡେ,ଅକୃର କର୍ଣ୍ଣ,ପର୍ଶୁରାମ ମହାଖୁଡ, ଶିକ୍ଷାକେନ୍ଦ୍ରର ଶିକ୍ଷକ ସରୋଜ ବିଶ୍ୱାଳ, ସଚିନ ଦେହୁରୀ, ଖଗେଶ୍ୱର ମଲ୍ଲିକ, ରଜତ ବେହେରା, ଅଜିତ ଦୀପ, ମର୍କଟ ମଞ୍ଜୁଳା ବାଦୀଙ୍କ,ଦିଲ୍ଲୀପ ପ୍ରଧାନଙ୍କ  ସମେତ ସମାଜସେଵୀ ତଥା ବୁଦ୍ଧିଜିଵୀ ଓ ଅଞ୍ଚଳବାସୀ  ଯୋଗଦାନ କରିଥିଲେ I

 

0
0
0
s2sdefault