ହେଡଲାଇନସ୍:

ଟିକରାପଡା ରେ ଟ୍ରାନ୍ସଫର୍ମରକୁ ମାଡି ବସିଛି ଗଛଲତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକରାପଡା ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ହେଉନଥିବାରୁ ବିଭିନ୍ନ ଗଛଲତା ଟ୍ରାନ୍ସଫର୍ମର ଉପରେ ମାଡି ଗଲାଣି । ଫଳରେ ବିଭିନ୍ନ ସମୟରେ ବିଦ୍ୟୁତ ବିଭ୍ରାଟ ହେବା ସହିତ ଧନଜୀବନ ହାନିର ମଧ୍ଯ ଆଶଙ୍କା ରହିଛି । ଏପରି ସ୍ଥିତିରେ ଗଛଲତା ଖାଇବାକୁ ଯଦି କୌଣସି ଗୋରୁ ଗାଈ ଟ୍ରାନ୍ସଫର୍ମର ପାଖକୁ ଚାଲିଯାଆନ୍ତି ତେବେ ଜୀବନ ଯିବା ହିଁ ସାର ହେବ । ତୁରନ୍ତ ଟ୍ରାନ୍ସଫର୍ମର ର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଟିକରାପଡା ବାସି ଦାବି କରିଛନ୍ତି |  

0
0
0
s2sdefault