ହେଡଲାଇନସ୍:

କାମରେ ଲାଗୁନି ଜଟେସିଂହା ଶବଦାହ ଗୃହ, ଦୁଇ ଲକ୍ଷ  ଟଙ୍କା ବରବାଦ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଜଟେସିଂହା ହରିହୋର ଜୋର ଠାରେ ନିର୍ମାଣ ହୋଇଥିବା ଶବଦାହ ଗୃହ ଏବେ କାମରେ ଲାଗିପାରୁନାହି । ଅଭିଯୋଗ ମତେ, ଏହି ଶବଦାହ ଗୃହ ୨୦୧୬-୧୭ ବର୍ଷ ୨୫୦,୦୦୦ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଏହା ଅତ୍ୟନ୍ତ ନିମ୍ନମାନର କାମଯୋଗୁ କିଛି ଅଂଶ ଭାଙ୍ଗି ଗଲାଣି । ହେଲେ ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବାବେଳେ ବିଶେଷକରି ବର୍ଷା ଦିନେ ଏହି ଗୃହଟି  ସମ୍ପୂର୍ଣ୍ଣ ପାଣିଭିତରେ ଥାଏ । ଏହି  ଶବଦାହ ଗୃହ ଅତ୍ୟନ୍ତ ନିମ୍ନମାନର  ଯୋଗୁଁ ବିଭିନ୍ନ ସ୍ଥାନରେ ଭାଙ୍ଗି ଗଲାଣି । ମୃତ ଦେହକୁ ଦାହ କରାଯିବା ପାଇଁ ଲୁହାର ବିମ୍ ଦିଆଯାଇନାହିଁ । ଯନ୍ତ୍ରୀ ଙ୍କ ଅନୁପସ୍ଥିତ ଠିକାଦାର କାମ କରିଥିବାରୁ ଏଭଳି ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଶବଗୃହ କୁ  ଭଲ ରାସ୍ତାଟିଏ ନଥିବାରୁ ଏଠାକୁ ଶବ ସତ୍କାର କରିବାକୁ ଯାଉନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ  ଅନ୍ୟ ଜାଗାରେ ନୂତନ ଶବଦାହ ଗୃହ ନିର୍ମାଣ କରିବାକୁ ଦାବି ହୁଏ ।

0
0
0
s2sdefault