ହେଡଲାଇନସ୍:

କୁନି ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲପଡା/ବନମାଳୀ ନାଏକ : ପଡ଼ିବେ ନା ବଞ୍ଚିବେ ଚିନ୍ତା ରେ ଛାତ୍ରଛାତ୍ରୀ |ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ କଲଛିକଛାର ଗ୍ରାମର ସ୍କୁଲ ଏବେ ବିପଦ ସଙ୍କୁଲ ଅବସ୍ଥାରେ | ନିଜ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ | ସ୍କୁଲ ର ଛାତ ଫାଟି ଆଁ କଲାଣି | ପଢୁଥିବା ସମୟରେ ଛାତ ରୁ ସିମେଣ୍ଟ ସ୍ଲାବ୍ ଖସି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ପଡ଼ୁଛି | କେତେବେଲେ ଲେଉ ଅଘଟଣ ଘଟିଯିବ ସେ ଆଶଙ୍କାକୁ ଏଡାଇ ଦେଇ ପାରୁନାହାନ୍ତି ଗ୍ରାମବାସୀ  ଓ ଅବିଭାବକ | 

ସେପଟେ ସ୍କୁଲ ପରିସରରେ ବାଡ଼ ନାହିଁ | ସାପ ବେଙ୍ଗ ଗାଇ ବଲଦ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଲିଛି | ବର୍ଷା ରୁତୁ ଆସିଲେ ସ୍କୁଲ ଅବସ୍ଥା ନ କହିଲେ ଭଲ  | ଛାତରୁ ପାଣି  ଗଲି ସ୍କୁଲରେ ଆଣ୍ଠୁଏ ପାଣି ହେଇଯାଏ | ସରକାର କେତେ ଯୋଜନା କରୁଛନ୍ତି | କିନ୍ତୁ ଏମିତି ଅବହେଲା ଓ ଅବସ୍ଥା ଯୋଗୁଁ ସରକାରି ସ୍କୁଲରେ ପାଠ ପଢିପାରୁନାହାନ୍ତି ଛାତ୍ରଛାତ୍ରୀ | ଗରିବ  ଛାତ୍ରଛାତ୍ରୀ ଯିବେ  କୁଆଡ଼େ ସାଧାରଣରେ ପ୍ରଶ୍ନ ଉଠୁଛି |  

ସ୍କୁଲ ର ମରାମତି ଓ ତଦାରଖ ପାଇଁ ଗ୍ରାମବାସି ଦାବି କରିଛନ୍ତି |ସ୍କୁଲ ର ସଭାପତି ବିଶାମିତ୍ର ରାଉତ, ଉପ ସଭାପତି ଉର୍ମିଲା ବିଶ୍ବଳ, ପ୍ରକାଶ ରାଉତ,ଚେରୁ ରାଉତ,ପରମେଶ୍ବର ବୁଡେକ,କିଚକ ରାଉତ,ବିଦ୍ଯାଧର ବିଶ୍ବଳ, ମଧୁଲୋଚନ ବନଗୁଲା,ଦ୍ରୁପତି ରାଉତ |

0
0
0
s2sdefault