ହେଡଲାଇନସ୍:

ବନ ବିଭାଗ ନର୍ସରୀରୁ ଶତାଧିକ ମୂଲ୍ୟବାନ ଗଛକଟାକୁ ଜନ ଅସନ୍ତୋଷ ତୀବ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-  ବାରିପଦା- ଉଦଳା ରାଜ୍ୟ ରାଜପଥ ପାର୍ଶ୍ୱ ଶଙ୍ଖାଭଙ୍ଗାଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ବାରିପଦା ବନଖଣ୍ଡ ଅଧୀନ ରାସଗୋବିନ୍ଦପୁର  ରେଞ୍ଜ ପକ୍ଷରୁ ୨୦୧୪ରୁ କାର୍ଯ୍ୟ କରିଆସୁଥିବା  କେନ୍ଦ୍ରୀୟ ଚାରା ଉତ୍ପାଦନ  କେନ୍ଦ୍ର ପରିସରରୁ ନିମ୍ବ , ଶିଉଳି, ଗମ୍ଭାରୀ, ଅଁଳା, ବେଲ, ହରିଦ୍ରା ଆଦି  ଶତାଧିକ ମୂଲ୍ୟବାନ ଔଷଧୀୟ ଗଛକୁ ବନ ବିଭାଗ ପକ୍ଷରୁ କଟାଯିବାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ନର୍ସରୀ ମଧ୍ୟରୁ ଏହି ଗଛ କଟା ପ୍ରାୟ ୫ ଦିନରୁ ଅଧିକ ସମୟ ହେବ ଚାଲୁ ରହିଥିବାର ଅଭିଯୋଗ ହୋଇଛି । ଏହା ପରେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ନିମନ୍ତେ ଆମର ଜିଲ୍ଲା ପ୍ରତିନିଧି ନର୍ସରୀରେ ପହଁଞ୍ଚି ତା ମଧ୍ୟରେ ଥିବା ଗଛକୁ କେତେକ ବ୍ୟକ୍ତି ପେଟ୍ରୋଲ ଚାଳିତ କରତରେ କଟୁଥିବାର ଦେଖିବାକୁ ପାଇଥିଲେ ।

ଏବିଷୟରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ ଏହା ଏକ ଚିରାଚରିତ ରୁଟିନ ବ୍ୟବସ୍ଥା ବୋଲି ସୂଚନା ଦେଇଥିଲେ । ଏଥି ସହିତ ଯେଉଁଠି ନର୍ସରୀ ରହିଥାଏ ସେଠାରୁ ଉତ୍ପାଦନ  ହେଉଥିବା ବଳକା ଚାରାକୁ ନର୍ସରୀ ପରିସରରେ ରୋପଣ କରାଯାଇଥାଏ । ସେଥି ନିମନ୍ତେ ନର୍ସରୀରେ ଥିବା କିଛି ଗଛକୁ କଟାଯାଇ କ୍ଷେତ୍ର ପ୍ରସ୍ତୁତ କରାଯାଇ ଥାଏ । ଏଥିରେ କୌଣସି ଅନିୟମିତତା ଅଥବା ଆଇନକୁ ଉଲ୍ଲଙ୍ଘନ ହୋଇନଥାଏ । କେବଳ ଅନାବଶ୍ୟକୀୟ ଅନାବନା ଗଛକୁ କଟା ଯାଉଛି ଏବଂ ଏହି ସମସ୍ତ ଗଛକୁ ନର୍ସରୀ ପକ୍ଷରୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଥିଲେ । ତେବେ ଡ଼ିଏଫଓଙ୍କର ଏହି ମତକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରି ନାହାନ୍ତି । ପୁଣି ନର୍ସରୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେଠାରେ ବାଉଁଶର ନୂଆ ନର୍ସରୁ ହେବ ବୋଲି କହିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲା ତଥା ବାରିପଦା ବନଖଣ୍ଡ ଅଧୀନରେ ଶହ ଶହ ଏକର ସରକାରୀ ଜମି ପଡ଼ିଆ ପଡ଼ି ରହିଛି । ଏଥି ସହିତ ସେହି ସରକାରୀ ଜମି ଅଧ୍ୟରୁ କିଛି ଜମି ଜବରଦଖଲକାରୀମାନଙ୍କ କବ୍ଜାକୁ ଚାଲିଯାଇଛି । ଉକ୍ତ ପତିତ ଜମି ଉପରେ ବନ ବିଭାଗ ବଳକା ଚାରା ରୋପଣ କରିପାରି ଥାନ୍ତେ । ଅଥବା ବାଉଁଶ ନର୍ସରୀ ନିମନ୍ତେ ଏକର ଏକର ଜମିକୁ ଗଛ ଶୂନ୍ୟ କରିବା ଏକ ହାସ୍ୟାସପଦ ବିଷୟ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । 

 

0
0
0
s2sdefault