ହେଡଲାଇନସ୍:

ଜମି ଅଧିକାରକୁନେଇ ବାପକୁ ମରଣାନ୍ତକ ଆକ୍ରମଣ : ପୁଅ ଛୁରୀରେ କାଟିଲା ବାପାର ବେକ, ପଥରରେ ଛେଚିଲା ମୁଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମୁଁ ମଲାପରେ ତୁ ଜମି ଅଧିକାର ପାଇବୁ । ବାପାଙ୍କ ଠାରୁ ଏହା ଶୁଣି ପୁଅ ସଙ୍ଗେ ସଙ୍ଗେ ଠେଲିଦେଲା । ବାପା ପଡିଯିବା ପରେ ନିକଟରୁ ଏକ ମାର୍ବଲ ପଥର ଆଣି ଛେଚିିଦେବାରୁ ମୁଣ୍ଡଟି ଫେଡା ହୋଇଗଲା । ଏବଂ ପକେଟରୁ ଏକ ଛୁରୀ ବାହାରକରି ସଙ୍ଗେ ସଙ୍ଗେ ବେକକୁ କାଟିଦେଲା । ବାପା ମରିଯାଇଥିବା ଭାବି, ଏଥର କଂଟା ସଫା ହୋଇଗଲା କହି ଜମିଅଧିକାର ମିଳିବାରେ କୈାଣସି ଅସୁବିଧା ହେବନାହିଁ ବୋଲି କହିଥିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଆଜି ପୂର୍ବାହ୍ନ ୧୦ ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସାକେରୀ ପଂଚୟତର ଗର୍ଜିନୀ ଗ୍ରାମରେ ଘଟିଯାଇଛି । ପୋଲିସ ଅଭିଯୁକ୍ତ ପୁଅ ପ୍ରତାପ ପଟ୍ଟନାୟକ(୩୭)କୁ ଅଟକରଖି ତାଠାରୁ ଆକ୍ରମଣ କରାଯାଇଥିବା ରକ୍ତଭିଜା ଛୁରୀ ଏବଂ ମାର୍ବଲ ପଥରକୁ ଜବତ କରିଛି । ନୟାଗଡ଼ ଏସପି ଶଶିଭୁଷଣ ଶତପଥି ଓଡ଼ଗାଁ ଆସି ଆଇଆଇସି ମମତା ପତି ସହିତ ପ୍ରତ୍ୟକ୍ଷ ଭାବରେ ଘଟଣାର ତଦନ୍ତ କରିଛନ୍ତି । ବୃଦ୍ଧବାପା ଉଦୟନାଥ ପଟନାୟକ(୮୭)ଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଅଭିଯୁକ୍ତର ଭାଉଜ  ଅର୍ଥାତ ବଡ଼ଭାଇ ପ୍ରଦୀପ ପଟନାୟକଙ୍କ ସ୍ତ୍ରୀ ପ୍ରଶାନ୍ତି ପଟ୍ଟନାୟକ(୪୦)ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ୨୨୭/୧୯ରେ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି । ଘଟଣାରୁ ପ୍ରକାଶଯେ ବାପା ଉଦୟନାଥ ପଟନାୟକ ନିଜ ସମ୍ପତିକୁ ପ୍ରଦୀପ ଏବଂ ପ୍ରତାପ ୨ଭାଇଙ୍କ ମଧ୍ୟରେ ବୁଝାମଣା ଅନୁସାରେ ବାଂଟି ଦେଇଥିଲେ । ସମ୍ପତିକୁ ଅଯଥାରେ ଉଡାଇଦେବ ଭାବି ପ୍ରତାପର ଭାଗ ସମ୍ପତି ବାପାଙ୍କ ନାଁରେ ରହିଥିଲା । ଆବଶ୍ୟକ ପଡିବାରୁ ପୁର୍ବେ ପ୍ରତାପ ବାପାଙ୍କୁ ବୁଝାସୁଝା କରି ତାଭାଗ ସମ୍ପତିରୁ କିଛିଅଂଶ ବିକ୍ରି କରିଥିଲା । ପୁନର୍ବାର ଅନ୍ୟକିଛି ଅଂଶ ବିକ୍ରିକରିବାକୁ କହିବାରୁ ବାପା ଏଥିରେ ରାଜିହୋଇନଥିଲେ । ଓଡ଼ଗାଁରେ ପିଲାଛୁଆଙ୍କୁ ଧରି ରଙ୍ଗକାମ କରି ପେଟପୋଷୁଥିବା ପ୍ରତାପ ଗତ ୪ ତାରିଖରେ ନିଜଗାଁ ଗର୍ଜିନିକୁ ଯାଇ ବାପାଙ୍କୁ ଜମି ବିକିବା କଥା କହିଥିଲା । ବାପା ସେଥିରେ ରାଜିହୋଇନଥିଲେ । ଏବଂ କହିଥିଲେ ମୁଁ ମରିବା ପରେ ତୁ ଜମିର ବିକାକିଣା କରିବୁ । କିନ୍ତୁ ଏବେ ନୁହଁ । ରାଗିଯାଇ ପ୍ରତାପ ସେଦିନ ଚାଲିଯାଇଥିଲା । ଆଜି ସକାଳେ ଯାଇ ମା ଏବଂ ଭାଉଜ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲା । ପ୍ରଦୀପଙ୍କ ପୁଅ ଯାଇ ଜେଜେବାପାଙ୍କୁ ଦୋକାନରୁ ଡାକିଆଣିବା ପରେ ଜମିବିକା ହୋଇପାରିବ ନାହିଁ ବୋଲି କହିବାରୁ କ୍ରୋଧରେ ଜର୍ଜରିତ ପ୍ରତାପ ବିଚାରଶୁନ୍ୟ ହୋଇ ବାପାକୁ ଅତର୍କିତ ଆକ୍ରମଣ କରିଥିଲା । ଏହି ସମୟରେ ୧୦/୧୧ବର୍ଷର ପୁତୁରା ଦେହରେ ମଧ୍ୟ ଛୁରୀବାଜି ବିଭିନ୍ନ ସ୍ଥାନରେ ଖଣ୍ଡିଆଖାବରା ହୋଇଯାଇଥିଲା । 

0
0
0
s2sdefault