ହେଡଲାଇନସ୍:

 ପିଛା ଛାଡ଼ୁନି ଦୁଷ୍କର୍ମ କଳଙ୍କ : ଆଜି ବି ଦୁଇ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକା ଅସଦାଚରଣ ମାମଲାରେ ପୋସ୍କୋ ଜାଲରେ ଛନ୍ଦି ହେଲା ସଂପର୍କିୟା ଭାଇ

 

ବାରିପଦା/ ଦିଲ୍ଲୀପ ମହାନ୍ତି-ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସାନପାଖଣା ଗ୍ରାମର ଜନୈକ ନାବାଳିକାକୁ ମଙ୍ଗଳବାର ରାତିରେ ଅସଦାଚରଣ ମାମଲା ଅଭିଯୋଗରେ ସଂପର୍କୀୟ ଭାଇର ଅସଦାଚରଣ ଭଳି ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଯାଇଛି । ଏହାକୁ ନେଇ ପିଡିତା ତରଫରୁ ରାଇରଙ୍ଗପୁର ଟାଉନଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଥାନାରେ ଲିଖିତ ଅଭିଯୋଗ ନେଇ କେଶ ନଂ ୧୫୯/୧୯ ମାମଲା ରୁଜୁ କରାଯାଇଛି ।ପୋକସୋ ଆକ୍ଟରେ ଏହା ଆସୁଛି । ଏଥିନେଇ ବାପୁନ ଦାସ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗୁରୁବାର ଦିନ କୋର୍ଟ ଚାଲାଣ କରାଯିବ ।ଆଜିର ଘଟଣାକୁ ନେଇ ଲାଗ ଲାଗ ୪ ଜଣ ପୋକସୋ ଜାଲରେ ବସିଲେଣି  ।

ପ୍ରେମ ନିବେଦନ କରି ବିଫଳ ପରେ ଅପହରଣ ଓ ଦୁଷ୍କର୍ମ

 ନାବାଳିକାଙ୍କୁ ପ୍ରେମ ନିବେଦନ ପରେ ବିଫଳ ହୋଇ ଅପହରଣ ସହ ଦୁଷ୍କର୍ମ। ଶେଷରେ ଗର୍ଭପାତ କରାଇ ଧରାପଡ଼ି ପୋଲିସ ହାତରେ ଗିରଫ ହେଲା ଅପହରଣକାରୀ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତର କରକଚିଆ ଗାଁର ସୁନ୍ଦର ମୋହନ ଟୁଡୁ ଜନୈକା ନାବାଳିକାକୁ ଅପହରଣ କରି ୨୦୧୭ ମସିହାରୁ ଅନୈତିକ ସମ୍ପର୍କ ରଖିବା ସହ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖିଥିଲା। ଫଳରେ ନାବାଳିକା ଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ। ପରେ ଅଭିଯୁକ୍ତ ଗର୍ଭପାତ କରିବା ସହ ଭୟ ଦେଖାଇ ଧମକଚମକ ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇ ଆସୁଥିବା ଅପହୃତା ନାବାଳିକା ଗତ ୬ ତାରିଖ ଅପହରଣକାରୀ କବଳରୁ କୌଶଳ କ୍ରମେ ଖସି ଆସିବାରେ ସକ୍ଷମ ହୋଇ ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ସୁନ୍ଦର ମୋହନ ଟୁଡୁକୁ  ଗିରଫ କରି ପୋକ୍ସୋ ଆଇନ୍ ଅନୁଯାୟୀ  ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଛି।

 

0
0
0
s2sdefault