ହେଡଲାଇନସ୍:

ଧୀରେ ଧୀରେ ବଢ଼ୁଛି କଳେବର, ଚାଷୀର ବିଲ ପର୍ଯ୍ୟନ୍ତ ପଳାଇବେ "ମୋ ସରକାର" !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏବେ କୃଷି ବିଭାଗ "ମୋ ସରକାର" ପରିସରଭୁକ୍ତ      

ଭୁୁବନେଶ୍ୱର: ହଠାତ ମେଡ଼ିକାଲରେ ପହଁଚିଲା ପରି, ଥାନାରେ ପହଁଚିଲା ପରି କେତେବେଳେ " ମୋ ସରକାର ଟିମ" କୋଉ ଫର୍ମରେ ବା କେଉଁଠି ଚାଷୀର ବିଲରେ ପହଁଚିଯାଇଥିବା ଖବର ଶୁଣିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ! କାରଣ  "ମୋ ସରକାର"ର କଳେବର ଧୀରେ ଧୀରେ ବଢୁଛି | ପ୍ରଥମେ ଡାକ୍ତରଖାନା, ଥାନା, ଦମକଳ, ଆବାସ, ପାନୀୟଜଳ ଆଦିକୁ ନିଜ ଅଧୀନକୁ ଆଣିବା ପରେ ଏବେ ଚାଷୀର ଖେତ ଓ କୁଡ଼ିଆ ପାଖେ ପହଂଚିବାକୁ ଉଦ୍ୟମ କରିଛନ୍ତି ସରକାର | ଆଜିଠୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେଲା ମୋ ସରକାରରେ |  ମୋ ସରକାର ଯୋଜନାରେ ସାମିଲ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ  ଦପ୍ତର ଜାରି ଏକ ବିଜ୍ଞପ୍ତିରେ କୁହାଯାଉଛି | ଏଣିକି  ରାଜ୍ୟର କୋଣ ଅନୁକୋଣରେ ଥିବା ଚାଷୀଭାଇମାନଙ୍କ ସହ ଏଥର ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସେମାନେ ପାଉଛନ୍ତି ନା ନାହିଁ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ପଚାରି ବୁଝିବେ। ଥାନାକୁ ଆସୁଥିବା ଅଭିଯୋଗକାରୀ, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଭଲମନ୍ଦ ପଚାରିବା ଭଳି ଜମିରେ ଖଟୁଥିବା ଚାଷୀଙ୍କୁ ସିଧାସଳଖ ଫୋନ୍ କରି ମୁଖ୍ୟମନ୍ତ୍ରୀ କଥା ହେବେ । ରାଜ୍ୟ ସଚିବାଳୟ(ଲୋକସେବା ଭବନ) ଠାରେ  ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ବିଭାଗ ମୋ ସରକାର ଯୋଜନାରେ ସାମିଲ ହେଲା ବୋଲି ଘୋଷଣା କରିଥିଲେ | କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୋ ସରକାର ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ୍, କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଉପସ୍ଥିତିରେ  ଭିଡ଼ିଓ କନଫରେନସ୍ ଜରିଆରେ ସବୁ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳ ଓ  ଜିଲ୍ଲା କୃଷି ଅଧିକାରୀମାନଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ କ୍ଳାସ ନେଇଥିଲେ ଶ୍ରୀ ପାଣ୍ଡିଆନ |

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଚାଷୀମାନଙ୍କ ଅବଦାନକୁ ସ୍ମରଣ କରିଥିଲେ । କୃଷି ବିଭାଗ ମୋ ସରକାରରେ ସାମିଲ ହେବା ଚାଷୀଭାଇ ମାନଙ୍କ ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ |  ୧୯୯୯ ମହାବାତ୍ୟା ସମୟରେ ରିଲିଫ୍ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ସମ୍ପ୍ରତି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ରାଜ୍ୟର ଚାଷୀମାନଙ୍କର ଅବଦାନ ଯୋଗୁ ରାଜ୍ୟ ଆଜି ସାଧାରଣ  ବଣ୍ଟନ ବ୍ୟବସ୍ଥାରେ  ଦେଶରେ ତୃତୀୟ ସ୍ଥାନ ହାସଲ କରିବା ବେଳେ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ହାସଲ କରିବାର ଗୌରବ ଲାଭ କରିପାରିଛି । ଆଉ ରାଜ୍ୟ ସରକାର ମଧ୍ୟ ଚାଷୀ ଓ ଚାଷର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ସର୍ବଦା ଉଦ୍ୟମ ରତ | କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।  ମୋ ସରକାରରେ ସାମିଲ ହେବା ପରେ ରାଜ୍ୟରେ ଚାଷୀଙ୍କ ସହ ନିଜେ ସେ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ କଥାହେବେ | ଚାଷୀମାନଙ୍କର ଯଦି ପ୍ରତିକ୍ରିୟା ସନ୍ତୋଷଜଣକ ହୁଏ ତେବେ କର୍ମଚାରୀ  ଓ ଅଧିକାରୀଙ୍କୁ ପୁରସ୍କାର ଦିଆଯିବ | ଯଦି ସନ୍ତୋଷଜନକ ନହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | 

ହେଲେ ଏଠାରେ ଆମେ ମନେ ପକାଇଦେଇପାରୁ "ମୋ ସରକାର" କାର୍ଯ୍ୟକ୍ରମ ଆରମ୍ଭ ହେବ ସହିତ କୃଷି ବିଭାଗ  କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ବୋଧ ହୁଏ ପ୍ରଥମ ମନ୍ତ୍ରୀ ଭାବେ ଚାଷୀଙ୍କ ସହ ସିଧା ସଳଖ କଥା ହେଉଥିଲେ ଚାଷୀଙ୍କ ସହିତ | ଆଉ ତାହାର ଭିଡିଓ ଆମେ ସୋସିଆଲ ମିଡିଆରେ ଦେଖୀଥିଲୁ ଜଣେ ଚାଷୀଙ୍କ ସହ କଥା ହେବା | କଟକ ଜିଲ୍ଲା ବାରଂଗ ଧାନ ବ୍ଲକର କୁରାଙ୍ଗ ଶାସନ ପଂଚାୟତ ଗଙ୍ଗେଶ୍ୱର  ଗ୍ରାମର ଚାଷୀ ପ୍ରତାପ ରୁଦ୍ର ଭୋଇଙ୍କ ସହ ଭିଡିଓ କଲ ମାଧ୍ୟମରେ ଅକ୍ଟୋବର ୩୧ ତାରିଖରେ କଥା ହେଉଥିବା ତାଙ୍କ ଫେସବୁକ ପେଜରେ ଦେଖିଥିଲୁ | ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଅନେକସ୍ଥାନରେ ଚାଷ ଖେତକୁ ଓ ଚାଷୀଙ୍କ ଘରକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳିଥିଲା | 

ହେଲେ ବର୍ତ୍ତମାନ କୃଷି ବିଭାଗ ମୋ ସରକାରରେ ସାମିଲ ହେବାପରେ କୁଷକ ସମ୍ପର୍କ କାର୍ଯ୍ୟକ୍ରମ ଅଧିକ ବ୍ୟାପକ ହେବ ସହ ଚାଷୀଙ୍କ ସମସ୍ୟା ସିଧାସଳଖ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିପାରିବ ଓ କୃଷକମାନଙ୍କ ସମସ୍ୟା ସିଧା ସଳଖ ଦୂର ହୋଇପାରିବ ବୋଲି ଆଶା କରାଯାଉଛି | 

 

0
0
0
s2sdefault