ହେଡଲାଇନସ୍:

ଏ.ଆର.ଏସ.ଏସ କଂମ୍ପାନିର ୩ ଗୋଡି ଭର୍ତ୍ତି ଡମ୍ଫର ଜବତତ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ) :ସଦର ବ୍ଲକ ଅନ୍ତର୍ଗତ ସାଲିହା ଗ୍ରାମରେ ଚେକିଙ୍ଗ ସମୟରେ ଏ.ଆର.ଏସ.ଏସ କଂମ୍ପାନିର  ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ  ଜବତ କରାଯାଇଛି । ସୂଚନା ଅନୁସାରେ ବେଆଇନ ଗୋଡି ବାଲି ଚାଲାଣ ହେଉଥିବାର ଖବର ପାଇ ଅତିରିକ୍ତ ତହସିଲଦାର କିର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଦଳ ସାଲିହା ଗ୍ରାମରେ ଚେକିଙ୍ଗ କରୁଥିଲା । ଏହି ସମୟରେ ଏ.ଆର.ଏସ.ଏସ କଂମ୍ପାନିର ଓଡି ୦୨ ବିବି ୩୧୯୩, ଓଡି ୦୨ ଏଏସ୍ ୨୭୧୫,  ଓଡି ୦୨ ଏଏସ୍ ୨୭୧୯ ନମ୍ବର ଥିବା  ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ ଅଟକାଇ ଯାଞ୍ଚ କରାଯାଇଥିଲା । ୩ ଟି ଗାଡିର ଚାଳକ  ଗୋଡି ସମ୍ବନ୍ଧିୟ କୈାଣସି ସଠିକ କାଗଜପତ୍ର ଦେଖାଇ ପାରି ନ ଥିଲେ । ତେଣୁ ୩ଟି ଗାଡି କୁ ଜବତ କରାଯାଇଥିଲା । ଗାଡି ଜବତ ହୋଇଥିବାର ଦୁଇ ଦିନ ବିତି ଯାଇଥିଲେ ମଧ୍ୟ କଂମ୍ପାନି ତରଫରୁ କୈାଣସି କାଗଜପତ୍ର ପ୍ରଦର୍ଶନ କରାଯାଇପାରି ନ ଥିବାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏଆରଏସଏସ କଂମ୍ପାନି ରେଳ ରାସ୍ତା ନିର୍ମାଣ କାର୍ଯ୍ୟରେ ନ୍ୟସ୍ତ ଅଛି ଏବଂ ସେଠାରେ ବ୍ୟବହୃତ ହେଉଥିବା ଗୋଡି ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବା କ୍ରସର ମାଲିକଙ୍କର ବୋଲି ଅଭିଯୋଗ ହେଉଅଛି । ଆଗରୁ ମଧ୍ୟ ଉକ୍ତ କଂମ୍ପାନିର ବହୁ ଗାଡି ଜବତ କରି ଛାଡି ଦିଆଯାଇଥିବା ହେତୁ ପ୍ରାସାଶନିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

0
0
0
s2sdefault