ହେଡଲାଇନସ୍:

ମହିଳା ଓ ଶିଶୁ ବିକାଶ ଏବଂ ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ :    ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ  ସ୍ବେଛାସେବୀ ଅନୁଷ୍ଠାନ "ସୁରକ୍ଷା" ର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମହିଳା ଓ ଶିଶୁ ବିକାଶ ଏବଂ ରାଷ୍ଟ୍ରୀୟ ବାଳ ଓ କିଶୋର  ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ସମ୍ପର୍କିତ ଏକ ମିଳିତ ବୈଠକ  ଅନୁଷ୍ଠିତ ହୋଇଯାଇଛି ।  ଏହି ମିଳିତ ବୈଠକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସମେତ ସମସ୍ତ  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସୁପରଭାଇଜର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଗୁନୁରାଣୀ ପଟ୍ଟନାୟକ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେବୀ  ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନସ୍ତ ସମସ୍ତ ବିଷୟ କାର୍ଯ୍ୟକ୍ରମ  ଏବଂ ସମସ୍ତ ଦିଗରେ ସମାନ୍ୟୟ ରକ୍ଷା କରି କିଭଳି ଏକାଭିମୁଖୀ ହୋଇ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନା ବିଷୟ ଗୁଡିକ ମଧ୍ୟରେ ମୁଖ୍ୟତଃ ୪-ଟି , ଲୌହ ଫଲିକ ବଟିକା , ଅଙ୍ଗନବାଡି ସ୍କ୍ରିନିଙ୍ଗ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା ।

   ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ମୁଖ୍ୟତଃ ପୁଷ୍ଟି ପୁନର୍ବାସ କେନ୍ଦ୍ରର କାର୍ଯ୍ୟକାରିତା , ଯୌନ ସଂକ୍ରମଣ ଜନିତ ରୋଗ , ପ୍ରଜନନ ପଦ୍ଧତିରେ ରୋଗର ସଂକ୍ରମଣ ପ୍ରଭୃତି ସମ୍ପର୍କରେ ମଧ୍ୟ ବିଷଦ ଭାବେ ଆଲୋଚନା କରା ଯାଇଥିଲା । ଶୁନ ଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ମୁଖ୍ୟତଃ ଦେଖା ଦେଉଥିବା ୪-ଟି ହେଲା ଯଥା:- ଜନ୍ମଗତ ତ୍ରୁଟି ,  ପୋଷକ-ତତ୍ତ୍ୱ ଅଭାବ , ବାଲ୍ୟାବସ୍ଥା ରୋଗ ଏବଂ ଭିନ୍ନକ୍ଷମତା । ଏସବୁ ଉପରେ ଅଙ୍ଗନବାଡି କର୍ମୀ ମାନଙ୍କ ସହଯୋଗରେ କିଭଳି ମୋବାଇଲ ହେଲଥ ଟିମଙ୍କ ସାହାଯ୍ୟରେ  ଜିଲ୍ଲା ସଅଳ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରକୁ ପଠାଯାଇ ପାରିବ , ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା ।

     ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ (ପରିବାର କଲ୍ୟାଣ) ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ,  ଡିପିଏମ . ସୌମ୍ୟାରାଣୀ ଗୌଡ , ଶିଶୁ ବିଶେଷଜ୍ଞ ଡାଃ ରମଣୀ ରଂଜନ ସାହୁ , ୟୁଏନଏଫପିଏ-ଜିଲ୍ଲା ସଂଯୋଜକ ଡାଃ ପ୍ରଦୀପ ପଣ୍ଡା , ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସଙ୍କ ସମେତ ଆଇସିଟିସି ଏବଂ ଏନଆରସି- କାଉନସେଲର ଏବଂ ଜିଲ୍ଲା ସମାଜ କଲ୍ୟାଣ  ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault