ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ମାର୍ଗଦର୍ଶକ ଦେବୀ ମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ ଉପସ୍ଥିତ ରହି ଘର ମୁଖ୍ୟ ଜେଜେବାପା ଜେଜେମାଆ ଓ ଅଜା ଆଈଙ୍କ ସ୍ଥାନ ବିଷୟରେ ନିଜ ବକ୍ତବ୍ୟ ରେ ରଖିଥିଲେ । ପରିଚାଳନା ସମିତିର ସଭ୍ୟ ଶ୍ରୀମତୀ ଆଶାଲତା  ପାଣିଗ୍ରାହୀ ଜେଜେବାପା  ଜେଜେମାଆ ଓ ଅଜା ଆଈଙ୍କ ଉପରେ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।  ବିଦ୍ୟାଳୟର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ଜେନା  ବିଷୟ  ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଜେଜେମାଆ ଓ ଅଜା ଆଈ ଯୋଗ ଦେଇ ପ୍ରଶ୍ନଉତ୍ତରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

 

0
0
0
s2sdefault