ହେଡଲାଇନସ୍:

ରେଡକ୍ରସ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ଭୀମଭୋଇ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଡା. ରାମକୁଷ୍ଣ ପତି , ଡା. ସରତ ଦଳେଇ , ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ର ଡା. ମଧୁସ୍ମିତା ଦାସ୍ ଯୋଗ ଦେଇ ମୋଟ ୩୦୨ ଜଣ ରୋଗି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ବଣ୍ଟନ କରାଇଥିଲେ I ଏଥିରେ କୁକୁଡାବାହାଳୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ , ସରପଞ୍ଚ ଗୋଲକ ବିହାରୀ ପ୍ରଧାନ ,ବଡବାହାଳ ସରପଞ୍ଚ ସନ୍ତୋଷ ମିର୍ଦ୍ଧା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଏଥିରେ ରେଡକ୍ରସ ସୋସାଇଟି ର ଜ୍ୟୋତିରାଣି ପଣ୍ଡା ,ଲିଲିମା ମୁଣ୍ଡା , ସେବତି ଭୋଇ , ଜିତେନ୍ଦ୍ର ଡଗରା ପ୍ରମୁଖ ସହ ଯୋଗ କରିଥିଲେ I

 

0
0
0
s2sdefault