ହେଡଲାଇନସ୍:

ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ବୋହି ଆଣିଲେ ବିଧାୟକ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଗତକାଲି ପାଇକମାଲ ଝାରବନ୍ଧ ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣା କୁ ନେଇ ବର୍ତ୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ  ଜୋରଦାର ଚର୍ଚ୍ଚା ଚାଲିଛି । ଘଟଣାଟି ହେଲା ପଦ୍ମପୁର ର ମାନ୍ୟବର ଶ୍ରୀ ବିଜୟ ରଂଜନ ସିଂ ବରିହା ଝାରବନ୍ଧ ବ୍ଲକ ର ତୁର୍ଲା ଗ୍ରାମରେ ଏକ ବିଜ୍ଞାନ ମେଳା ପରିଦର୍ଶନ ଓ ପରେ ଝାରବନ୍ଧ କଲେଜ ରେ ଏକ ସଭାରେ ଯୋଗ ଦେଇ ପାଇକମାଲ ଫେରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କୁ ରାସ୍ତାରେ ପଡିଥିବା ଦେଖିବାକୁ ପାଇଥିଲେ ।  ବିଧାୟକ ତୁରନ୍ତ ଗାଡି ଅଟକାଇ ଆହତ ଯୁବକ ଦ୍ୱୟଙ୍କୁ ପାଇକମାଲ ସରକାରୀ ଡାକ୍ତରଖାନାକୁ ଆଣି ସେମାନଙ୍କର ଉପଚାର ଆରମ୍ଭ କରେଇଥିଲେ । ଏହାପରେ ବିଧାୟକ ନିଜେ ପାଇକମାଲ ଥାନାକୁ ଫୋନ କରି ଦୁର୍ଘଟଣା ବାବଦରେ ଖବର ଦେଇଥିଲେ । ବିଧାୟକଙ୍କର ଏହି ମହତ କାର୍ଯକୁ ନେଇ ଏବେ ଚାରିଆଡେ ଚର୍ଚା ଚାଲିଛି । ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଦେଖିଲେ ସାଧାରଣ ଲୋକେ ଆଜି ବି ଦୁରେଇ ରହୁଛନ୍ତି । ଯାହାଫଳରେ ଅନେକ ମୂଲ୍ୟବାନ ଜୀବନ ଅକାରଣରେ ନଷ୍ଟ ହେଇଯାଇଛି । ଯଦି କୋଣସି ପ୍ରତିଷ୍ଠିତ ବ୍ୟକ୍ତି ଏହି ଭଳି ମହତ କାର୍ଯ୍ୟ କରନ୍ତି ତେବ ସମାଜକୁ ଏକ ମଜବୁତ ବାର୍ତ୍ତା ଯାଇଥାଏ ଓ ସାଧାରଣ ଲୋକଙ୍କୁ ଏହିଭଳି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ । ମାନ୍ୟବର ବିଧାୟକ ଙ୍କର ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ପ୍ରେରଣ ଯୋଗାଇଦେବ ଏଥିରେ ସନ୍ଦେହ ନାହିଁ ।  ବିଧାୟକ ଙ୍କର ସହିତ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ମଧ୍ୟ ଉପସ୍ଥିତ ଥିଲେ ।

 

0
0
0
s2sdefault