ହେଡଲାଇନସ୍:

ଟିକେ ବୁଝିବେ କି ମୋ "ସରକାର" : ବିଧବା ମା ସହ ପରଘରେ ଆଶ୍ରୟ ନେଉଛନ୍ତି ବଢ଼ିଲା ଦିବ୍ୟାଙ୍ଗ ଝିଅ " ସୁନୀତା "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କ ଆଦେଶକୁ ବି "ସି.." କରୁନାହାନ୍ତି ଉଲୁଣ୍ଡା ବିଡିଓ

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଗ୍ରାମରେ ପକ୍କାଘର ଖଣ୍ଡେ ନ ପାଇବାରୁ ଜଣେ ଦିବ୍ୟାଙ୍ଗ ପର ଘରେ ଆଶ୍ରୟ ନେଇଛନ୍ତି । ଉକ୍ତ ଗ୍ରାମର ବାପ ଛେଉଣ୍ଡ  ସୁନିତା ମନ୍ତ୍ରା ମୂକ ଓ ବଧିର । ତାଙ୍କୁ ଶହେ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ  ସରକାର ତରଫରୁ ଯୋଗାଇଦିଆଯାଇଛି । ସରକାରୀ ସାହାଯ୍ୟ  କହିଲେ ଭତ୍ତା ବାବଦକୁ ପାଞ୍ଚ ଶହ ଟଙ୍କା । ପରିବାର କହିଲେ ଘରେ ଥିବା ବିଧବା ମା ସୁଭାଶିନୀ ମନ୍ତ୍ରାଙ୍କ ସହ ରହୁଥିଲେ । ରହୁଥିବା ମାଟି ଘରଟି ବର୍ଷାରେ ସମ୍ପୂର୍ଣ  ଭାଙ୍ଗିଗଲା । ସେମାନେ ଅତ୍ୟନ୍ତ  ଗରିବ ଶ୍ରେଣୀର ହୋଇଥିବାରୁ ଭଙ୍ଗା ଘରକୁ ଆଜି ପଯ୍ୟନ୍ତ ମରାମତି କରିପାରିଲେ ନାହିଁ । ଫଳରେ ସେମାନେ ବାଧ୍ୟ  ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଛନ୍ତି । ଉଭୟ ରାଜ୍ୟ  ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ପାଇଁ  ଦିବ୍ୟାଙ୍ଗ ସୁନିତା ଉଲୁଣ୍ଡା ବିଡିଓ,  ବୀରମହାରାଜପୁର ଉପଜିଲ୍ଲାପାଳ ଓ ଅକ୍ଟୋବର ୨୨ତାରିଖରେ ଘର ଖଣ୍ଡିଏ ପାଇଁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏ ନେଇ ଜିଲ୍ଲାପାଳ ତାଙ୍କୁ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଉଲୁଣ୍ଡା ବି .ଡି. ଓ  ନିଲାମ୍ବର  ମହାନନ୍ଦଙ୍କୁ  ନିଦ୍ଦେର୍ଶ ଦେଇଥିଲେ । ମାତ୍ର ଆଜିକୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ଘର ମିଳିପାରି ନାହିଁ ।

 

0
0
0
s2sdefault