ହେଡଲାଇନସ୍:

ବଡଖମାର ଶ୍ଯାମସୁନ୍ଦର କୁଞ୍ଜକୁଟୀର :୬୪ ବର୍ଷ ହେଲା ଚାଲିଛି ଅଖଣ୍ଡ ହରିନାମ ସଂକୀର୍ତ୍ତନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ ଶ୍ଯାମସୁନ୍ଦର କୁଞ୍ଜକୁଟୀର ପଶ୍ଚିମ ଓଡିଶାର ଦ୍ବିତୀୟ ବୃନ୍ଦାବନ ଭାବେ ପରିଚିତ ।ଏହି ମଠସ୍ଥିତ ରାଧା କୃଷ୍ଣ, ଶିବ, ରାମ ଲକ୍ଷ୍ମଣ ସିତା ଓ ହନୁମାନ ପ୍ରଭୁତି ବିଗ୍ରହ ମାନେ ପୂଜା ପାଇଥାନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟର ପରିବେଷ୍ଟିତ ମଧ୍ୟରେ ୧୯୩୭ ମସିହାରେ ବାବାଜି କୃଷ୍ଣ ଚନ୍ଦ୍ର ଦାସଙ୍କ ଦ୍ବାର ଏହି ମଠ ପ୍ରତିଷ୍ଠା ହୋଇଥିବବେଳେ ୧୯୫୫ ମସିହାରୁ ଏଠାରେ ଦିବାରାତ୍ର ବିଶ୍ଵଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ହୋଇ ଆସୁଅଛି । ବାବାଜୀ କୃଷ୍ଣ ଚନ୍ଦ୍ର ଦାସଙ୍କ ଦେହାନ୍ତ ପରେ କୁଞ୍ଜକିଶୋର ଦାସ ମଠ ମହନ୍ତ ହୋଇଥିଲାବେଳେ ୨୦୦୯ ରେ ସ୍ଵର୍ଗରୋହଣ କରିଛନ୍ତି । ଏହା ପରେ ଖେଳାକୃଷ୍ଣ ଦାସ ମହନ୍ତ ଦାୟିତ୍ବରେ ରହିଛନ୍ତି । ପ୍ରତିବର୍ଷ ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ପ୍ରତିଷ୍ଠାତା କୃଷ୍ଣ ଚନ୍ଦ୍ର ଦାସଙ୍କ ପୁଣ୍ୟତିଥି ଏବଂ ଫାଲଗୁନ କୃଷ୍ଣ ଚତୁର୍ଥୀ ତିଥିରେ ଏକ ବିରାଟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଦୀର୍ଘବର୍ଷ ହେଲା ଆଧ୍ୟାତ୍ମିକ ସାଧନା ଚଲାଇବା ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କୁ ଆକର୍ଷିତ କରୁଥିବା ଏହି ମଠ ବିବିଧ ସମସ୍ୟା ଦେଇ ଗତି କରୁଛି । ମଠକୁ ଭଲ ରାସ୍ତାଟିଏ ନଥିବାବେଳେ ଅର୍ଥ  ଭାବରୁ ପୂର୍ଣାଙ୍ଗ ଗୋଶାଳା ପ୍ରତିଷ୍ଠା ହୋଇପାରୁନାହିଁ । ଯାତ୍ରୀ ନିବାସ, ଜଳଯୋଗାଣ, ଓ ବିଦ୍ୟୁତ ବ୍ୟବସ୍ଥା, ଟ୍ରାନ୍ସଫର୍ମର ଏବଂ ପାଚେରୀ କାନ୍ଥ ପାଇଁ ଅର୍ଥ ଅଭାବ ରହିଥିବା ମହନ୍ତ ଖେଳା କୃଷ୍ଣ ଦାସ କହିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଧର୍ମ ପୀଠ କୁ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ଓ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଞ୍ଚଳବାସୀଙ୍କ ଦାବୀ ହୁଏ

0
0
0
s2sdefault