ହେଡଲାଇନସ୍:

ପ୍ରାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପୋଷଣତତ୍ୱ ସେବା ଅପରିହାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶିଶୁ ସ୍ୱାସ୍ଥ୍ୟ ପାଇଁ ନେତାଙ୍କ ଭୂମିକା ଶିର୍ଷକ କର୍ମଶାଳା

ରାୟଗଡ/ସରୋଜ ସାହୁ : ପ୍ରାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପୋଷଣ ସେବା ନିହାତି ଜରୁରୀ, ପୋଷଣ ତତ୍ୱ ଅଭାବରେ ପିଲା ଅପପୃଷ୍ଟିର ଶିକାର ହୋଇ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ପିଲାଙ୍କ ଶରୀରରେ ପୋଷକତତ୍ୱ ଅଭାବରେ ସେମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ବାଧକ ସାଜିବା ସହ ପିଲାଙ୍କ ଜ୍ଞାନ ଆହରଣ ଏବଂ ଖେଳକୁଦରେ ଦକ୍ଷତା ଆଶାନୁରୁପ ଭାବେ ବୃଦ୍ଧି ହୋବା ଆଶା କ୍ଷିଣ ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଏଣୁ ଗ୍ରାମାଅଂଚଳର ଶିଶୁଙ୍କୁ ପ୍ରାକ ବିଦ୍ୟାଳୟ ପୋଷଣ ସେବା ଯୋଗାଇ ଦେବା ଏବଂ ଏହି ମୂଖ୍ୟ ସେବାକୁ ଶିଶୁଙ୍କ ନିକଟରେ ପହଂଚାଇବା ନିତ୍ୟାନ୍ତ ଜରୁରୀ ବୋଲି ଆୟୋଜିତ କର୍ମଶାଳାରେ ମତ ପ୍ରକାଶ ପାଇଥିଲା । ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୃଷ୍ଟିର ବିକାଶ ପାଇଁ ଜନ ପ୍ରତିନିଧିଙ୍କ ଭୂମିକା ଶିର୍ଷକ କାର୍ଯ୍ୟକ୍ରମ ମୁନିଗୁଡା ନ୍ୟୁ ହୋପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳା “ଶିକ୍ଷା ସନ୍ଧାନ ପରିଚାଳନା” ଓ “ଅଜୀମ ପ୍ରେମଜୀ ଫିଲାନଥ୍ରୋପିକ ଇନସିଏଟିଭ” ର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା , ବ୍ଲକର ପ୍ରାୟ ୧୨୩ ଗୋଟି ଗ୍ରାମରେ ଶିଶୁ ଅବହେଳିତ ଅବସ୍ଥାରେ ଥିବାରୁ ଉପସ୍ଥିତ ଶିକ୍ଷାବିତ, ଜନପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ପୋଷଣ ସେବା ଗ୍ରାମେ ଗ୍ରାମେ ପହଂଚାଇବା ଓ ଏହାର ସଂପ୍ରସାରଣ ଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । ରାଜ୍ୟ ସଂଯୋଜକ ଭୃଗୁ ନନ୍ଦନ ରଥ, ବ୍ଲକ ଅଧ୍ୟକ୍ଷ ଶ୍ରୀଧର କରଡା, ଜିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ବେହେରା, ପ୍ରକଳ୍ପ ସଂଯୋଜକ ଡଃ. ଚନ୍ଦନ କୁମାର ସିଂ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା ଓ ବ୍ଲକ ଉପାଧ୍ୟକ୍ଷ ଅର୍ମିଷ୍ଠା   ସାମନ୍ତ ପ୍ରମୂଖ ମଂଚାସିନ ଥିଲେ ଏବଂ ପଡାପୃଷ୍ଟି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନପ୍ରତିନିଧି ମାନେ ଶପଥ ପାଠ କରିଥିଲେ । ଏଠାରେ ମୂଚନା ଥାଉକି ବ୍ଲକର ମୋଟ ୪ ଶହଟି ଗ୍ରାମ ମଧ୍ୟରୁ ୧୭୭ ଗୋଟି ଗ୍ରାମରେ ଅଙ୍ଗନବାଡି ଚାଲିଛି । ଶିକ୍ଷା ସନ୍ଧାନ ମଧ୍ୟରେ ପଡାପୃଷ୍ଟି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ପ୍ରାୟ ୧୦୦ ରୁ ଉଦ୍ୱର୍ କେନ୍ଦ୍ର ଅଦ୍ୟାବଧି ବଂଚିତ ରହିଛି । ଜନପ୍ରତିନିଧି ମାନେ ଏହି ସେବା କୁ ଆଗେଇ ନେବାରେ କିଭଳି ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

0
0
0
s2sdefault