ହେଡଲାଇନସ୍:

କାମରେ ଲାଗୁନି ୨୨ ଲକ୍ଷରେ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସଦର ମହକୁମାରେ ଥିବା ସରକାରୀ ବସଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡିରହିଛି । ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୦୬ ମସିହା ଡିସେମ୍ବର ୭ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ।କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ଏବେ ପରିତ୍ୟକ୍ତ ପଡିରହିଛି । ଉଦଘାଟନ ପରଠାରୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ଭିତରେ କାନ୍ଥ ସବୁ ଫାଟ ସୃଷ୍ଟି ହେଲାଣି । ଖରା ବର୍ଷା ରେ ଯାତ୍ରୀ ମାନେ ବିଶେଷ କରି ମହିଳା ମାନେ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏହି ବସଷ୍ଟାଣ୍ଡ ରେ ପରିଶ୍ରାଗାର ଓ ଉପଯୁକ୍ତ ପିଇବା ପାଣିର ଏବଂ ରାତିରେ  ଆଲୁଅ ଜଲୁନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ହଟ ହଟା ହେଉଛନ୍ତି । ଏହି ବସଷ୍ଟାଣ୍ଡ ଟି ପରିବହନ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରହିଥିଲେ ମଧ୍ଯ ଆଜିକୁ ୧୩ ବର୍ଷ ବିତି ଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଏହା ଖୋଲାଯାଇ ପାରିନାହିଁ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହ ତୁରନ୍ତ ଏହା କାର୍ଯ୍ୟକ୍ଷମ କରିବା ପାଇଁ  ଜନସାଧାରଣରେ ଦାବି ହୁଏ ।

 

 

0
0
0
s2sdefault