ହେଡଲାଇନସ୍:

ବୈଜୟନ୍ତ କଲେ ସାଇ ମନ୍ଦିର ଉଦ୍ଘାଟନ , ଗାୟତ୍ରୀ ମହାଯଜ୍ଞରେ ସାମିଲ ହେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ): ଭାଜପା ରାଷ୍ଟ୍ରିୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଦିନିକିଆ ନୂଆପଡ଼ା ଗ୍ରସ୍ତରେ ଆସିଥିଲେ । ସଦର ବ୍ଲକ ବଲୋଦା ଛକ ସ୍ଥିତ ସିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା  ଉତ୍ସବ ଓ ଖରିଆରରୋଡ ସ୍ଥିତ ଗାୟତ୍ରୀ ୧୦୮ କୁଣ୍ଡିୟ ମହାଯଜ୍ଞ ସମାରୋହରେ ଯୋଗ ଦେଇଥିଲେ ଶ୍ରୀ ପଣ୍ଡା । ଅପରାହ୍ନରେ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । 

      ଆଜି ପୂର୍ବାହ୍ନରେ ବଲୋଦା ଛକ ନିକଟ ପଡିଆ ଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା, ବିରୋଧି ଦଳ ନେତା ଶ୍ରୀ ନାୟକ, କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ହେଲିକେପ୍ଟର ଯୋଗେ ଅବତରଣ କରିଥିଲେ । ସେଠାରୁ ସଡକ ପଥ ଯୋଗେ ଖରିଆରରୋଡ ସହରକୁ ଆସିଥିଲେ । ସହରର ବିଟୋୱା ଟକିଜ୍ ନିକଟରେ ଆୟୋଜିତ ହୋଇଥିବା ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ଗାୟତ୍ରୀ ମନ୍ଦିର ଭୁମି ପୂଜନ ଉତ୍ସବ  ସମାରୋହରେ ଯୋଗ ଦେଇଥିଲେ । ସେଠାରେ ଗାୟତ୍ରୀ ପରିବାର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏଠାରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଉପ ଜିଲ୍ଲାପାଳ ତରଣୀସେନ ନାଏକ, ସଦର ବ୍ଲକ ତାରେଶ୍ୱରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ବଲୋଦା ଛକ ସ୍ଥିତ ପ୍ରେମଲାଲ ନାଏକଙ୍କ ଦ୍ୱାରା ନିର୍ମିତ ସିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା  ସମାରୋହରେ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ଉପ ସଭାପତି ପ୍ରସନ୍ନ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା  ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି, ବିରୋଧି ଦଳ ନେତା ଶ୍ରୀ ନାୟକ ମୁଖ୍ୟବକ୍ତା, କଲାହାଣ୍ଡି ଲୋକସଭା ସାଂସଦ ଶ୍ରୀ ପଣ୍ଡା, ମହାସମୁନ୍ଦ ଲୋକସଭା ସାଂସଦ ଚୁନ୍ନିଲାଲ ସାହୁ, ପୂର୍ବତନ ରାଜ୍ୟସଭା ସାଂସଦ ଏଭି ସ୍ୱାମୀ, ସମାଜସେବୀ ସୁରେଶ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପୂର୍ବରୁ ସାଇଭକ୍ତ ମାନେ ସାଇବାବାଙ୍କ ଦର୍ଶନ ପାଇଁ ସିରିଡିକୁ ଯିବାକୁ ପଡୁଥିଲା । ଏବେ ଏହି ଅଞ୍ଚଳର ଭକ୍ତ ମାନେ ବଲୋଦାରେ ସାଇବାବାଙ୍କ ଦର୍ଶନ ପାଇ ପାରିବେ । ଆଜି  ସାଇ ବାବାଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛି ବୋଲି ରାଷ୍ଟ୍ରୀୟ ଉପଧ୍ୟକ୍ଷ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ । କାଳିଆ ଯୋଜନା ଓ ଟୋକନ ବ୍ୟବସ୍ଥାର ଅନିୟମିୟତା ହେଉଥିବାର ପ୍ରଶ୍ନର ଉତ୍ତର ଦେଇ ସମସ୍ତ ଯୋଜନା ଲୋକାଭିମୂଖି ହେଉ ଏବଂ ଚାଷୀ ତଥା ରାଜ୍ୟବାସୀ ଉପକୃତ ହେବା କଥା ବୋଲି  ଶ୍ରୀ ପଣ୍ଡା କହିଥିଲେ ।   ମନ୍ଦିର ପ୍ରତିଷ୍ଠାତା ପ୍ରେମଲାଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । 

          ସୂଚନା ଥାଉକି, ବଲୋଦା ଛକ ନିକଟରେ ପ୍ରେମଲାଲ ନାଏକ ସିରିଡି ସାଇବାବାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଗତ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିର ପ୍ରତିଷ୍ଠା  ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା ଅନୁଷ୍ଠିତ  ହୋଇଥିଲା । ସ୍ଥାନୀୟ ନଦୀରେ କଳସରେ ପାଣି ବୁଡାଇ ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରି ପୂଜା ମଣ୍ଡପରେ ପୂଜା କଳସ ସ୍ଥାପନା କରିଥିଲେ । ରାତିରେ ଅଧିବାସ ଠାରୁ  ପ୍ରତିଷ୍ଠା ଉତ୍ସବ ସମାରୋହ ଆରମ୍ଭ ହୋଇଥିଲେ । ଗତକଲି  ଦ୍ୱିତୀୟ ଦିନରେ ସାଇବାବାଙ୍କ ବିଗ୍ରହ ସ୍ଥାପନ କରିଥିଲେ । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ,ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ଖରିଆର ରୋଡ ସେବା ସମିତି ସଭାପତି ନିଶାନ୍ତ ଡାଗା ପ୍ରମୁଖ ଯୋଗ ଦେଇ ବାବାଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଆଜି ବାବାଙ୍କ ଜୀବନ୍ୟାସ ଦିଆଯାଇଥିଲା  । ତିନି ଦିନ ଧରି ସତ୍ସଙ୍ଗ, ପ୍ରବଚନ କାର୍ଯ୍ୟକ୍ରମ ଚାଳିଛି । ଆଖପାଖ ଗାଁ ଲୋକେ ପ୍ରତିଦିନ ଆସି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରୁଛନ୍ତି । ଦେବେନ୍ଦ୍ର ସାହୁ ସମେତ ଗାଁ ଲୋକେ ପରିଚାଳନାରେ ସହଯୋଗ କରିଥିଲେ । 

 

0
0
0
s2sdefault