ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ ଉଦ୍ ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

        ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓ ଶିକ୍ଷକ , ଶିକ୍ଷା ନିର୍ଦ୍ଦେଶାଳୟ ତଥା ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଆନୁକୂଲ୍ୟରେ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱ ରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ମଞ୍ଚାସୀନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃଷକେତୁ ଦାଶ , ଡ଼.ଜିତେନ୍ଦ୍ର କୁମାର  ପଟ୍ଟନାୟକ , ବିନୋଦ ଚନ୍ଦ୍ର ଜେନା , ଡ଼.ରମାକାନ୍ତ ସାହୁ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମନରେ ଉଙ୍କି ମାରୁ ଥିବା ବୈଜ୍ଞାନିକ ଚିନ୍ତାଧାର ଏହି ଭଳି ବିଜ୍ଞାନ ମେଳା ମାଧ୍ୟମରେ ପରିପ୍ରକାଶର ରହିଛି ବୋଲି କହିଥିଲେ।

  ଉଦ୍ ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶେଷ ଦେବ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କୁନିକୁନି ବୈଜ୍ଞାନିକ ମାନେ ନିଜର ଜ୍ଞାନ କୌଶଳ ବଳରେ ନୂତନ ଉଦ୍ଭାବନ କରିବା ପାଇଁ ପରାମର୍ଶ ଦେଇଥିଲେ ।

 

 ଅନ୍ୟ ମାନଙ୍କ ମଧ୍ୟରେ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂହ , ମନୋରଞ୍ଜନ ସେଠି , ବିଶ୍ଵନାଥ ଭୂୟାଁ , ବ୍ରଜ କୁମାର ନାୟକ , ପ୍ରଧାନଶିକ୍ଷକ ଡ଼. ବୃଷକେତୁ ଦାଶ , ବରିଷ୍ଠ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ  ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସର-ପ୍ରାପ୍ତ  ସିଡିଏମଓ ଡାଃ . ପୂର୍ଣ୍ଣ ଚନ୍ଦ୍ର କୋରା ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ୱ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇ ବିଜ୍ଞାନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ଜିତେନ୍ଦ୍ର କୁମାର  ପଟ୍ଟନାୟକ , ରମାକାନ୍ତ ସାହୁ , ଗଣେଶ ସତପଥି ବିଚାରକ ଭାବେ ଯୋଗ ଦେଇଥିଲେ।

   ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ସମ୍ବଳ ପରିଚାଳନା , ପ୍ରୟୋଗାତ୍ମକ ଗଣିତ , ପରିବେଶ , ଶିଳ୍ପ ବିକାଶ ଓ ପରିଚାଳନା , ପୋଷଣୀୟ ବିକାଶ , ସ୍ବାସ୍ଥ୍ୟ , ସ୍ୱଚ୍ଛତା ଓ ପରିଚ୍ଛନ୍ନତା , ପରିବହନ ଓ ଯୋଗାଯୋଗ , ଗାଣିତିକ ନମୁନା ପ୍ରଭୃତି ବିଷୟ ଉପରେ ବେଶ ଆକର୍ଷଣୀୟର ୭ଗୋଟି ବ୍ଳକରୁ ମୋଟ ୪୨ ଟି ବିଜ୍ଞାନ ପ୍ରକଳ୍ପ ଆସିଥିଲା ।

 ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଖଗେଶ୍ୱର କାଡମ୍ବଲା , ପରିମଳ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଅମିଲା ମାଝୀ ଓ ତ୍ରିନାଥ ରଇତ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଜୁଲି ସିଂ , ଖରଷଣ୍ଢା ସ୍ଥିତ ଆରଏମ୍  ଉଚ୍ଚ ବିଦ୍ୟାଳୟର ହରେଶ କୁମାର ରାଉଳ ଏବଂ ଛେଲାଗଡ ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ହରିଷ କୁମାର ପାଇକଙ୍କ ପ୍ରକଳ୍ପ ଗୁଡିକ ଚଳିତ ମାସର ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି  ଅନୁଗୁଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା  ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

   ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault