ହେଡଲାଇନସ୍:

ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣୀ ଶିବିର ପାଇଁ ପୂର୍ବ ପ୍ରସ୍ତୁତି  ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।   ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତାରେ  ବୈଠକ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

 ମୁଖ୍ୟତଃ ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଏବଂ ଶିଶୁ ଅଧିକାର ଉଲଂଙ୍ଘନ ଅଭିଯୋଗକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଶିବିର ବାର୍ତ୍ତା କିଭଳି  ପ୍ରତ୍ୟେକ ଗ୍ରାମରେ ପହଞ୍ଚି ପାରିବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିପାଇଁ ଜନ-ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ବିଡ଼ିଓ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ବିଇଓ ଏବଂ ସମସ୍ତ  ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

    ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ଜିଲ୍ଲାର ଶେଷ ଶିଶୁ ପାଖରେ ପହଁଞ୍ଚିବା ସହ ପ୍ରତ୍ୟେକ ଶିଶୁର ସୁରକ୍ଷା ଏବଂ ଅଧିକାର ଓ କୁ ସୁନିଶ୍ଚିତ କରିବ ।

 

ଏହି ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର ପାଇଁ  ପୋଷ୍ଟର , ଲିଫଲେଟ ଏବଂ ସୂଚନା ପତ୍ର ଉନ୍ମୋଚନ କରିବା ସହ ଶିବିରକୁ କିଭଳି ଲୋକାଭିମୁଖୀ  କରାଯାଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କରାଯାଇଥିଲା ।

  ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଠାରେ ଆସନ୍ତା ୯  ତାରିଖ  ଏକ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଖୋଲାଯାଇ  ଜନ-ଶୁଣାଣୀ ଶିବିର ନିମନ୍ତେ  ଅଭିଯୋଗ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଥିଲେ।

   ବୈଠକରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ସଦସ୍ୟ ହରିହର ନାୟକ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷା ଶୁଭଶ୍ରୀ ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ . ଗୁଣୁରାଣୀ ପ୍ରମୁଖ ଯୋଗ ଦେଇ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

   ପରେ ଅଧ୍ୟକ୍ଷା ପ୍ରଧାନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ମାଧ୍ୟମରେ ହିଁ ଅନୁଷ୍ଠିତ ହେବାକୁ ଥିବା  ଆୟୋଗଙ୍କ ଜନ-ଶୁଣାଣି ଶିବିର କାର୍ଯ୍ୟକ୍ରମର  ପ୍ରଚାର ପ୍ରସାର ହୋଇପାରିବ , ଏଥି ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

 

0
0
0
s2sdefault