ହେଡଲାଇନସ୍:

ଦିବ୍ୟପ୍ରେରଣା ପରିବାର ପକ୍ଷରୁ ଗୀତା ଯଜ୍ଞ ଅନୁଷ୍ଠିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ଆଠମଲ୍ଲିକ/ସନ୍ତୋଷ ମେହେର):ଆଠମଲ୍ଲିକ  ବ୍ଲକ ଅନ୍ତର୍ଗତ କମ୍ପଲା ପଞ୍ଚାୟତ  ଠାରେ ଦିବ୍ୟପ୍ରେରଣା ପରିବାର ତରଫରୁ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ସକାଳ8ଟା  ସମୟରେ  କଳସଯାତ୍ରା ଏବଂ 9ଟା ସମୟରେ ଗୀତାଯଜ୍ଞ ଆରମ୍ଭ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅନେକ ଗୀତାପ୍ରେମୀ ତଥା ଭକ୍ତଙ୍କର  ଉପସ୍ଥିତି ଦେଖିବାକୁ ମିଳିଥିଲା I ଯଜ୍ଞରେ ପୁରୋହିତ ଭାବରେ ଶ୍ରବଣ ପଣ୍ଡା,ପପିନ  ପଣ୍ଡା କାର୍ଯ୍ୟକରିଥିବା ବେଳେ  କର୍ତ୍ତା ଭାବରେ ରାଧେଶ୍ୟାମ ମିଶ୍ର ତାଙ୍କ ଧର୍ମପତ୍ନୀଙ୍କ ସହିତ  ବସିଥିଲେ I ଦିବ୍ୟପ୍ରେରଣା ତରଫରୁ ଦୁଃଖୀଶ୍ୟାମ ଷଡ଼ଙ୍ଗୀ, ସୁଧାଂଶୁ ଶେଖର ପଣ୍ଡା,ସୀତାକାନ୍ତ ପ୍ରସାଦ ହୋତା, ରଞ୍ଜିତ ବାରିକ,ପାଣ୍ଡଵ ଭୋକ୍ତା, ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ I

 

 

0
0
0
s2sdefault