ହେଡଲାଇନସ୍:

ମାସେରୁ ଉର୍ଧ୍ଵ ପରେ ଅଙ୍ଗ ନଦୀ ପଠାରୁ ଠାବ ହେଲା ବୃଦ୍ଧାଙ୍କର ଅସ୍ଥି ପଞ୍ଜରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିନସ୍ଥ ମୁଁଢେଲା ଗ୍ରାମ ନିକଟରେ ପ୍ରବାହିତ ଅଙ୍ଗ ନଦୀ ପଠାରେ ଗତକାଲି ସାନ୍ଧ୍ୟ ସମୟରେ ଏକ ମାନବ ଅସ୍ଥି ପଞ୍ଜରା ମୁଁଢେଲା ଓ ବ୍ରାମହଣଦିହି ର ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ସନ୍ଧ୍ୟାରେ ବ୍ରାମହଣଦିହି ଗ୍ରାମର ଜଗନ୍ନାଥ ଭୋଇ ଙ୍କର ଅଭିଯୋଗ କ୍ରମେ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ଏଏସଆଇ  ସନ୍ତୋଷ କୁମାର ସାହୁ ଘଟଣା ସ୍ଥଳରେ ପହଂଛି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ବ୍ରାମହଣଦିହି ଗ୍ରାମର ସ୍ବର୍ଗତ କୁବେର ଭୋଇଙ୍କ ସ୍ତ୍ରୀ  ଶ୍ରୀମତୀ କୁମାରୀ ଭୋଇ ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ନିଖୋଜ ଥିଲେ । କୁମାରୀ ଜଣେ ମାନସିକ ରୋଗୀ , ତାଙ୍କର ଆଖିବି ଦିସୁନଥିଲା। ନିଖୋଜ ପରେ ଘରଲୋକ ଥାନାରେ ଅଭିଯୋଗ କରିବା ସହିତ ଖୋଜା ଖୋଜି ବି କରୁଥିଲେ । ଗତ କାଲି ଉକ୍ତ କଙ୍କାଳକୁ କୁମାରୀଙ୍କର ଘରଲୋକ କୁମାରୀ ର କଙ୍କାଳ ବୋଲି ଚିହ୍ନଟ କରିଛନ୍ତି । ପୋଲିସ ଘଟଣା ସ୍ଥଳକୁ ପହଂଛି କଙ୍କାଳ ଜବତ କରିବା ସହିତ ଅଧିକା ତଦନ୍ତ ଜାରି ରଖିଛି । ପାଇକମାଲ ଥାନାରେ ଅପାମୃତ୍ୟ ମାମଲା 15/19 ରୁଜୁ କରି ଆଜି ପଦ୍ମପୁର ଡାକ୍ତର ଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

0
0
0
s2sdefault