ହେଡଲାଇନସ୍:

ମାତୃନିକେତନ ଓ ବୃଦ୍ଧାଶ୍ରମ ରେ ଶୀତ ବସ୍ତ୍ର ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ଓ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ରେ ଆଜି ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 1988 (କଲା) ବର୍ଷ ର ବନ୍ଧୁ ମାନଙ୍କର ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିଵ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମାତୃନିକେତନ ରେ ପ୍ରାୟ 120 ଗୋଟି ଓ ବୃଦ୍ଧାଶ୍ରମ ରେ 10 ଗୋଟି କମ୍ବଳ ପ୍ରଦାନ କରିଥିଲେ । ଏହି ଅବସରରେ 1988 ବେଚର ଶ୍ରୀ ସୁରେନ୍ଦ୍ର ସାହୁ , ଡା, ତପନ ରଥ , ଦିବ୍ୟ ରଂଜନ ବହିଦାର , ଦିଲୀପ ପାତ୍ର, ଭାବନାଥ ରାଇଗୁରୁ , ହିତେନ୍ଦ୍ର ମହାନ୍ତି , ସୁଶାନ୍ତ ମହାନ୍ତି , ସୁଶାନ୍ତ ମୁଣ୍ଡ , ଶୁଭେନ୍ଦୁ ମହାପାତ୍ର , ପ୍ରମୋଦ ଠାକୁର , ଶୁଭଶ୍ରୀ ସାହୁ , ଗାୟତ୍ରୀ ମୁଣ୍ଡ , ମୋନାଲିସା ଠାକୁର , ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault