ହେଡଲାଇନସ୍:

ଗପ କହୁଛନ୍ତି ନ ସତ , କେବଳ କହିପାରିବେ ସେଇ ଦୁଇ ଝିଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା ସୁଧାରଗୃହରୁ ଦୁଇ ଅନ୍ତେବାସୀ ନିଖୋଜ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ସୁନାମୁହିଁସ୍ଥିତ ସୁଧାର ଗୃହରେ ରହିଥିବା ବାରିପଦା ସହରର କାଳିକାପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ଜନୈକ ୧୮ ବର୍ଷୀୟା ଯୁବତୀ ଗତ ନଭେମ୍ବର ୩୦ ରାତିରୁ ନିଖୋଜ ହୋଇଯାଇଥିବାର ଜଣାପଡ଼ିଛି । ଏହି ନିଖୋଜ ହେବା ଘଟଣାକୁ ନେଇ ସୁଧାରଗୃହ ସୁପାରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଡ଼ିସେମ୍ବର ୧ରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ନାବାଳିକା ଓ ବଙ୍ଗୀୟ ଯୁବତୀଙ୍କୁ ପ୍ରାୟ ଏକ ମାସ ପୂର୍ବରୁ ବାରିପଦା ଟାଉନଥାନା ପୁଲିସ ସୁଧାରଗୃହରେ ଜମା ଦେଇଥିଲେ । ତେବେ ନାବାଳିକାର ପରିବାରର ସଦସ୍ୟଙ୍କ କହିବା ଆଧାରରେ ତାଙ୍କ ଝିଅକୁ ବାହାରକୁ ଚାଲାଣ କରାଯାଉଥିବା ବିଷୟକୁ ନେଇ ନଭେମ୍ବର ୩୦ ବିଳମ୍ବିତ ରାତିରେ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏବଂ ଅଜଣା ବ୍ୟକ୍ତି ଫୋନରେ ସୂଚନା ପାଇବା ପରେ ଡ଼ିସେମ୍ବର ୧ରେ ସୁଧାର ଗୃହ ସହ ଯୋଗାଯୋଗ କରିବା ପରେ ତାଙ୍କ ନାବାଳିକା ଝିଅ ନିଖୋଜ ଥିବାର ଜଣାପଡ଼ିଥିଲା । ଏଥି ସହିତ ତାଙ୍କୁ ସୁଧାର ଗୃହ ପକ୍ଷରୁ ଦୁର୍ବ୍ୟବହାର ପ୍ରର୍ଦଶନ କରାଯିବା ସଂଗେସଂଗେ ନାବାଳିକା ଝିଅ ବିଷୟରେ ଅପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିବା ବିଷୟକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଏହା ମଧ୍ୟରେ ୬ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ନାବାଳିକା ଝିଅର କୌଣସି ସନ୍ଧାନ ନ ମିଳିବା ପରେ ପରିବାରର ସଦସ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କୁ ସାକ୍ଷାତ କରି ଗୁହାରୀ ଜଣାଇବାକୁ ଯାଇଥିଲେ ; ମାତ୍ର ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନୁ୍ୟ ନାୟକଙ୍କୁ ଭେଟି ଥିଲେ ଏବଂ ଶ୍ରୀନାୟକ ଶୀଘ୍ର ନାବାଳିକା ଖୋଜି ବାହାର କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ପରିବାରର ଲୋକମାନେ  ଘରକୁ ଫେରି ଆସିଥିଲେ । 

         ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁସୂୟା ସାହୁଙ୍କ କହିବା ଅନୁସାରେ ରୁପାଲୀ ଦାସ  ଏକ ମାସ ଧରି ଓ ଉର୍ମୀ ଜେନା ଏକ ମାସ ୭ ଦିନ ପୂର୍ବରୁ ପୁଲିସ ଟ୍ରେସ ଆଉଟ କରି ସୁଧାରଗୃହରେ ଛାଡ଼ିଥିଲେ ।  ସେଠାରେ ସୁଧାର ଗୃହ ପକ୍ଷରୁ ସମସ୍ତ ପ୍ରକାରର ସାର୍ଭିସ , ସୁରକ୍ଷା ଆଦି ଯୋଗାଇ ଦିଆଯାଇଥିଲା । ଏହି ସମୟରେ କୌଣସି ସୂଚନା ନ ଦେଇ ନଭେମ୍ବର ୩୦ ରାତି ପ୍ରାୟ ୧୨.୩୦ରୁ ଗୋଟାଏ ମଧ୍ୟରେ କବାଟ ଭାଙ୍ଗି କୁଆଡେ଼ ପଳାଇଯାଇଛନ୍ତି । ଯାହା ସିସି ଟିଭିରୁ ମିଳିଥିବା ଫୁଟେଜରୁ ଜଣାପଡ଼ିଛି । ଏହାପରେ ସୁଧାରଗୃହ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ପୁଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି । 

      ତେବେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁସୂୟା ସାହୁଙ୍କ କହିବାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରି ନାହାନ୍ତି । ସୁନାମୁହିଁସ୍ଥିତ ସୁଧାରଗୃହଟି ଏକ ତିନିତାଲା କୋଠା ଏବଂ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ କେବଳ ଗୋଟାଏ ମାତ୍ର ଫାଟକ । ଏଥିରେ ପୁଣି ଦିନ ହେଉକି ରାତି ୨୪ ଘଣ୍ଟା ତାଲା ପଡ଼ିଥାଏ । ଫାଟକର ବାହାରେ ଏକ ସିସି ଟିଭି କେମେରା ଜଗିଛି । ତେଣୁ ଫାଟକ ତାଲା ଖୋଲି ବାହାରକୁ ଯିବା ସମ୍ପୂର୍ଣ୍ଣ ଅସମ୍ଭବ । ପୁଣି ଘରର ଝରକାରେ ଲୁହା ରେଲିଂ ଲାଗିଛି । ଝରକା ଦେଇ ଉପର ତାଲାରୁ ତଳକୁ ଆସିବା ମଧ୍ୟ ସମ୍ଭବ ନୁହେଁ । ତେବେ ଏହା ଏକ କାହାଣୀ ଅଥବା ସତ୍ୟ ଘଟଣା ତାହା କେବଳ ନିଖୋଜ ଥିବା ନାବାଳିକା ଓ ବଙ୍ଗୀୟ ଯୁବତୀ ହିଁ କହିପାରିବେ । 

 

 

 

0
0
0
s2sdefault