ହେଡଲାଇନସ୍:

ଆଉ କଣ କତରା ଲଗା ହେଲେ ବାର୍ଦ୍ଧ୍ୟକ ଭତ୍ତା ଦେବେ ମୋ ସରକାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ୫ –ଟି ବାଟବଣା

୮୦ ବର୍ଷର ବୃଦ୍ଧକୁ ମିଳୁ ନାହିଁ ବାର୍ଦ୍ଧକ୍ୟ ଭତ୍ତା

ବାରିପଦା(ଦିଲ୍ଲୀପ ମହାନ୍ତି)- ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଓଡ଼ିଶାରେ ବିକାଶର ଗତିଶୀଳତାକୁ ଆଗକୁ ଆଗେଇ ନେବା ନିମନ୍ତେ ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ(୫-ଟି) ଅନୁସାରେ କାର୍ଯ୍ୟକରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଓଡ଼ିଶାରେ ଗତ ଗାନ୍ଧୀ ଜୟନ୍ତୀ ୫-ଟି ଆଧାରରେ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ । ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର ଓ ମାଲିକ । ତେଣୁ ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ବୃତ୍ତିଗତ ଓ ସେବା ମନୋଭାବ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକରେ ଏହା ବାଟବଣା ହୋଇଥିବାର ପରିଲକ୍ଷିତ ହୋଇଛି । ବୟସର ଅପରାହ୍ନରେ ଅର୍ଥାତ୍ ବାଡ଼ି ଧରି ଚାଲିବାକୁ ଅସମର୍ଥ ୮୦ ବର୍ଷ ବୟସର ବୃଦ୍ଧ ଜଣେ ନୁହେଁ କି ଦୁଇ ଜଣ ଏହିପରି ଅନେକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଆସୁଥିବାର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନରେ ଥିବା ଦୁର୍ଗାପୁର ଗ୍ରାମ ପଞ୍ଚାୟତର ଭାଲୁକଚୁଆ ଗ୍ରାମର ଖଡ଼ିଆସାହି ଅଞ୍ଚଳରେ ବସବାସବାସ କରୁଥିବା ଆଦିମ ଜନଜାତିର ଖଡ଼ିଆ ସମ୍ପ୍ରଦାୟଙ୍କ କ୍ଷେତ୍ରରେ । ଉକ୍ତ ଖଡ଼ିଆସାହିରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଅନେକ ବୃଦ୍ଧା ଓ ବୃଦ୍ଧ । ଅନେକ ଭତ୍ତା ପାଇବା ପାଇଁ  ଯୋଗ୍ୟ ହିତାଧିକାରୀମାନଙ୍କୁ ବୟସ ହୋଇନାହିଁ କହି ଫେରାଇ ଦିଆଯାଇ ଥିବାର ଅଭିଯୋଗ ହସ୍ତଗତ ହୋଇଛି । ଚିନ୍ତା ଦେହୁରୀ, ଭାଗିରଥୀ ଦେହୁରୀ, ନର ଦହେୁରୀ ପ୍ରମୁଖ ବରିଷ୍ଠ ନାଗରିକମାନେ ଆଣିଛନ୍ତି ଏହି ଅଭିଯୋଗ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ୱାଡର଼୍ ସଭ୍ୟ ଭତ୍ତା କରାଇ ଦେବ କହି ହିତାଧିକାରୀମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନେଇଯାଇଥିଲା । ନିର୍ବାଚନ ପରେ ଆଉ ଦେଖାଦର୍ଶନ ମିଳୁ ନାହିଁ । ଭତ୍ତା ଖଣ୍ଡେ ପାଇବା ନିମନ୍ତେ ବାରମ୍ବାର ଆବେଦନ କରିଚାଲିଛନ୍ତି । ମାତ୍ର ଏହା ଖଡ଼ିଆସାହିର ଯୋଗ୍ୟ ହିତାଧିକାରୀମାନଙ୍କ ନିମନ୍ତେ ଏକ ଦିବା ସ୍ୱପ୍ନ ପାଲଟିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଆଦିମ ଜନଜାତି ସମ୍ପ୍ରଦାୟଙ୍କର ଆର୍ଥିକ, ସାମାଜିକ ମେରୁଦଣ୍ଡକୁ ସୁଦୃଢ଼ କାଇବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଇ ଚାଲିଛନ୍ତି । ଏଥି ନିମନ୍ତେ ପ୍ରତ୍ୟେକ ବର୍ଷ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିବା ବେଳେ କୌଣସି କାରଣରୁ ଏମାନଙ୍କ ଆର୍ଥିକ ଓ ସାମାଜିକସ୍ଥିତାବସ୍ଥାରେ ପରିବର୍ତ୍ତନ ଆସିପାରୁନାହିଁ । 

   ଏବିଷୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରିବାରୁ  ୨୦୧୯ ନିର୍ବାଚନରେ ମୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଛି ଏବଂ ଖଡ଼ିଆସାହି ସମସ୍ୟା ତାଙ୍କ ନଜରରେ ରହିଛି । ତୁରନ୍ତ ସମାଧାନ କରାଇବା ନିମନ୍ତେ ବିହିତ ପଦକ୍ଷପେ ନେଉଛନ୍ତି ବୋଲି କହିଥିଲେ ବିଧାୟକ ଶ୍ରୀଦାସ । ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୀଲ କୁମାର ମହାନ୍ତି ସେମାନଙ୍କର ଆବେଦନ ଫର୍ମ ତାଙ୍କ ନିକଟରେ ପହଁଞ୍ଚିନାହିଁ । ଯଦି ସେମାନେ ଯୋଗ୍ୟ ହିତାଧିକାରୀ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି, ତେବେ ପରବର୍ତ୍ତି ସମୟରେ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରିବେ ବୋଲି କହିଥିଲେ ।

0
0
0
s2sdefault