ହେଡଲାଇନସ୍:

ବିଚରା ସ୍ୱାସ୍ଥ୍ୟ ମନ୍ତ୍ରୀ : ମିଛ ପତିଆରା ଦେଖାଇବାକୁ ତାଳି ପକାଇ ଚାଲିଛନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

5ଟି ସଚିବ ଗୋଟିଏ ଦିନ ଗସ୍ତରେ ଅଭାବ ବୁଝି ପାରିଲେ

ଏତେଦିନ ହେଲା ମନ୍ତ୍ରୀ ଓ ତାଙ୍କ ବିଭାଗ ବୁଝି ପାରୁନଥିଲେ କେମିତି !!!

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ଯାହା ତାହା ରାଜ୍ୟବାସୀ ଜାଣିଛନ୍ତି । ମୋ ସରକାର ତାଙ୍କର ଅବସ୍ଥା ଢିଲା କରି ସାରିଲେଣି । ମୋଟାମୋଟି ସ୍ୱାସ୍ଥ୍ୟ ବିଭାଗ ତୃତୀୟ ମହଲାରୁ ପରିଚାଳିତ ହେଉଛି ବୋଲି ଡବ ଡବ ବାଜୁଛି । ସ୍ୱାସ୍ଥ୍ୟ ବିଭାଗ କେତେ ପାରଗ ପଦାରେ ପଡିଗଲା ମୋ ସରକାର ବା 5 ଟି ସଚିବ ପାଣ୍ଡିଆନ ଆଣ୍ଡ ଟିମଙ୍କ ଗସ୍ତରୁ । ଆଉ ଆଜି ମୁଖ୍ୟମନ୍ତ୍ରୀ ଆଜି 6ଟି ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ୟାକେଜ ଘୋଷଣା କଲେ । ଆଉ ତାହା ଖୋଦ ପାଣ୍ଡିଆନ ସାହେବ ଗସ୍ତ କରି ସାଉଁଟିଥିବା ଅନୁଭବ ଆଧାରରେ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ପ୍ରେସ ରିଲିଜରୁ ପ୍ରମାଣିତ ହୋଇଯାଇଛି। ଆଉ ସେଥିରୁ ସ୍ୱାସ୍ଥ୍ୟ ବିଭାଗର ପରିବାର ପଣିଆ ଜଳଜଳ ହୋଇ ଦେଖାଯାଉଛି । ଶ୍ରୀ ପାଣ୍ଡିଆନ ଗସ୍ତ କରି ବିଭିନ୍ନ ଡାକ୍ତରଖାନାରେ ଥିବା ଅସୁବିଧା ଜାଣି ପାରିଲେ ଗୋଟିଏ ଗୋଟିଏ ଦିନର ଗସ୍ତ ଆଉ କେଇ ଘଂଟାର ପରିଦର୍ଶନରେ । ହେଲେ ଏତେଦିନ ହେଲା  ସ୍ୱାସ୍ଥ୍ୟମନ୍ତ୍ରୀ ବା ତାଙ୍କ ବିଭାଗ ଜାଣିପାରୁନଥିଲେ କେମିତି !!!! ତାଙ୍କୁ ଗସ୍ତ କରି ବା ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପ୍ରସ୍ତାବ ଦେବାକୁ କିଏ ହାତ ବାନ୍ଧିଥିଲା !!!!

ତେଣୁ ଏବେ ଯେହେତୁ 5ଟି ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଉଛି, ତେଣୁ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ବା କି କାମ କରିବେ ।  ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା ଅସୁବିଧା ଏବେ ମୁଖ୍ୟମତ୍ରୀଙ୍କ  ଦପ୍ତର ପ୍ରତ୍ୟକ୍ଷ ଭାବେ ସୁଧାରୁ ଛନ୍ତି  ଏବେ ଆଉ କଣ କରିବେ !! ବିଭାଗର ମନ୍ତ୍ରୀ ବୋଲି ସେ ତ ନିଜ ଉପସ୍ଥିତି ଜାହିର କରିବେ ନା ! ତେଣୁ ଏବେ ସେ "ମୋ ସରକାର' ଓ ୫ "ଟି' କାର୍ଯ୍ୟକ୍ରମ ଦ୍ୱାହି ଦେଇ ରୋଗୀମାନଙ୍କ ସହ ମୋବାଇଲରେ କଥା ହେଉଛନ୍ତି ।ଆଜି ସେହି କ୍ରମରେ କିଛି ରୋଗୀଙ୍କ ସହ କଥା ହୋଇଥିଲେ ଫୋନରେ । ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉତ୍ତମ ବ୍ୟବହାର, ନିରାମୟ ଯୋଜନାରେ ମାଗଣା ଔଷଧ, ନିଦାନ ଯୋଜନାରେ ମାଗଣାରେ ରୋଗର ପରୀକ୍ଷା ସୁବିଧା ଓ ଏଥିରୁ ସୁଫଳ ମିଳୁଛି କି ନାହିଁ ସେ ବିଷୟରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ ।  ରୋଗୀଙ୍କ ସହ କଥା ହେବା ପରେ ତାଙ୍କ ଅଫିସ ପକ୍ଷରୁ ଜାରି ପ୍ରେସ ରିଲିଜ ରେ ସରକାରଙ୍କ ଆନ୍ତରିକତା ଯୋଗୁଁ "ମୋ ସରକାର' ଏବଂ ୫ "ଟି' କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବିରାଟ ସଂସ୍କାର ଓ ପରିବର୍ତ୍ତନ ଆସିଛି ତା'ର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚୀବା ନେଇ  ଆଶାବାଦୀ ଥିବାବେଳେ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି " ବୋଲି କହିଛନ୍ତି ।

0
0
0
s2sdefault