ହେଡଲାଇନସ୍:

ମହିଳା ହିଂସା ବିରୋଧି ସଚେତନତାର ଜିଲ୍ଲାସ୍ତରୀୟ ସମାବେଶ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର: ଲୋକ କଳା ବିକାଶ କେନ୍ଦ୍ର , ସରସରା , ଟିଏଚ୍ପି ଇଣ୍ଡିଆ ଓ ଅଲିଭା ମହାସଂଘ ତରଫରୁ ମହିଳା ହିଂସା ବିରୋଧି ସଚେତନତାର  ଜିଲ୍ଲା ସ୍ତରୀୟ ସମାବେଶ ଏଲକେବିକେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର , ଜିଲ୍ଲା ନିରୀକ୍ଷକ ଅଧିକାରୀ ୱାଇ. ରଘୁନାଥ ରାଓ , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷାପତି ଭୋଇ, ଶିଶୁ ମଙ୍ଗଳ ସମିତି ସଭ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ , କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀଯୁକ୍ତ ରାଜୀବ କୁମାର ନାୟକ , ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ନବ କୁମାର ମିଶ୍ର , ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱଜିତ୍ ମିଶ୍ର , ଏଲକେବିକେ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ଗଣ ଏକ ବୃକ୍ଷରେ ପାଣି ଦେଇ ଶୁଭାରମ୍ଭ କରିଥିଲେ । ମହିଳାମାନଙ୍କ ଉପରେ ହେଇଉଥିବା ହିଂସା ବିରୋଧି ଉପରେ ଦୀର୍ଘ ୬ ଦିନ ଧରି ହରଭଙ୍ଗା ବ୍ଲକ୍ ର ୧୫ ଟି ପଞ୍ଚାୟତର ସମସ୍ତ ଗାଁ  ସଚେତନ କରିବା ପରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ମହିଳା ହିଂସା ବନ୍ଦ ସହିତ ତାଙ୍କ ଥିବା ଆଇନ୍ , ବାଲ୍ୟ ବିବାହ ବନ୍ଦ , କନ୍ୟା ଭ୍ରୁଣ ହତ୍ୟା ବନ୍ଦ  ଓ ଆର୍ଥିକ ସହାୟତା ବିଷୟରେ ଆଲୋଚନା କରିଥିଲେ ।

ନିଜ ଅଞ୍ଚଳରେ ହେଉଥିବା ହିଂସାକୁ ବନ୍ଦ କରିବା ପାଇଁ ପ୍ରଥମେ ନିଜକୁ ସଚେତନ ହେବାକୁ କହିଥିଲେ । ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ବନ୍ଦ କିପରି ହୋଇପାରିବ ସେ ଉପରେ କହିଥିଲେ । ଅଲିଭା ମହାସଂଘ ର ସଦସ୍ୟ , ୧୫ ଟି ପଞ୍ଚାୟତ ର ସମସ୍ତ ମହିଳା  ପ୍ରତିନିଧି ସରପଞ୍ଚ , ନାଏବ ସରପଞ୍ଚ , ୱାର୍ଡ ସଭ୍ୟା ଆଦି ଉପସ୍ଥିତ ଥିଲେ । ଅନୁଷ୍ଠାନ ର ବ୍ଲକ୍ ସଂଯୋଜକ ନିକୁଞ୍ଜ ବିଶୋଇ , କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର , ସୁପ୍ରିୟା ଦେହୁରୀ , ବାଞ୍ଛାନିଧି ବିଶି , ପଦ୍ମିନୀ ବିଶି , ରଜତ ବେହେରା ପ୍ରମୁଖ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ଓ ଶେଷରେ କାର୍ଯ୍ୟକ୍ରମ ସହାୟକ ବିଞ୍ଜାମୀନ ନାୟକ ଧନ୍ୟବାଦ୍ କରିଥିଲେ ।

 

0
0
0
s2sdefault