ହେଡଲାଇନସ୍:

ବୌଦ୍ଧିକତାର ମୂଲ୍ୟାୟନ ପାଇଁ ପୁସ୍ତକ ମେଳା ଏକ ମାପକାଠି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଯାପିତ:

ପଦ୍ମପୁର(ଶାସକ ପ୍ରଶାସକ) -  ଗତ ନଭେମ୍ବର ୩୦ ରୁ ପଦ୍ମପୁର ରିକ୍ରିଏସନ ସେଣ୍ଟର ଠାରେ  ଚାଲିଥିବା ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସ ର ସନ୍ଧ୍ୟାରେ ଶିକ୍ଷକ ଏକାଦଶ ତରଫରୁ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଏଇ କାର୍ଯ୍ୟକ୍ରମ କୁ କିଶୋର ପାତ୍ର ତଥା ସହଯୋଗୀ ମାନେ ପରିଚାଳନା କରିଥିଲେ । ଏହା ପରେ ଦ୍ବାଦଶ ପ୍ରଧାନ ସଂଯୋଜନା ରେ ପ୍ରୀତେଶ ଦାଶ, ଅଞ୍ଜଳି ପରିଡା ଦଳ ନୃତ୍ୟ ପରିବେଷଣ କରିଥିବା ବେଳେ ସୁଶ୍ରୀ ଶ୍ରାବଣୀ ଦାଶ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ । ଉଦଯାପନୀ ଉତ୍ସବର ସନ୍ଧ୍ୟା ରେ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ, ଆୟୋଜକ ଗୁରୁ ପ୍ରକାଶନୀ ସଭାପତି ମହେନ୍ଦ୍ର କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଡଃ ମାନଭଞ୍ଜନ ପ୍ରଧାନ ଉଦ୍ଦେଶ୍ୟ  ଜ୍ଞାପନ କରିଥିଲେ । ଏଇ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବେ ଅରୁଣ  କୁମାର ମହାନ୍ତି, ଅଧ୍ୟାପିକା ବୁନି ସାହୁ ଯୋଗଦାନ କରି ସମଲେଇ ଓ ସରସ୍ଵତୀ ପ୍ରତିକୃତିରେ  ପୁଷ୍ପାର୍ପଣ ସହିତ ଦୀପ ପ୍ରଜ୍ବଳନ କରିଥିଲେ । ଡଃ ଜୟ କେତନ ତ୍ରିପାଠୀ ଅତିଥି ବର୍ଗଙ୍କ ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧିକତାର ମୂଲ୍ୟାୟନ ପାଇଁ ପୁସ୍ତକ ମେଳା ଏକ ମାପକାଠି ବୋଲି ଉଦଯାପନୀ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥରକ ପାଇଁ ଶ୍ରୀ କୁଞ୍ଜବିହାରୀ ପ୍ରଧାନଙ୍କୁ ପାର୍ବତୀ ଗିରୀ ସେବା ସମ୍ମାନ, ତେଜରାଜ ସାହୁଙ୍କୁ ସଂଗ୍ରାମୀ ମାୟାଧର ପୁରୋହିତ ସମ୍ମାନ,  ଯୋଗେଶ୍ବର ବିଶ୍ବାଳଙ୍କୁ କବି ଖଗେଶ୍ବର ସେଠ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ୨୦୧୮ ର ଯୁକ୍ତ ୨ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବୋଡାସମ୍ବର ଅଞ୍ଚଳର ଜ୍ୟୋତିର୍ମୟୀ ଡନସନା ଓ ପ୍ରେମାନନ୍ଦ ସାହୁଙ୍କୁ ବିଷ୍ଣୁ ପ୍ରିୟା ପଣ୍ଡା ସ୍ମୃତି ପୁରସ୍କାର ଓ ଯୁକ୍ତ ୩ ପରୀକ୍ଷାରେ  ଓଡିଆ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖିଥିବା ମିଲି ମେହେର ଓ ଜାହ୍ନବୀ  ବୁଡେକଙ୍କୁ  ଚତୁର୍ଭୁଜ ପଣ୍ଡା ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ବର୍ଗତ ଡଃ ଗଙ୍ଗାଧର ଗୁରୁଙ୍କ ସ୍ମୃତି ରେ ଅଧ୍ୟାପିକା ରୀତାଞ୍ଜଳୀ ଗୁରୁଙ୍କ ତରଫରୁ ନବ ପ୍ରଭାତ ଆଶ୍ରମ ନୂଆଁପାଲି ବେଦପାଠୀ ଗୌରବ ପାଳ, ମଧୁ ସୁଦନ ସାହୁଙ୍କୁ ଗୁରୁ ପୁରସ୍କାର ଦିଆଯାଇଥିଲା । ଶେଷରେ ଦୁର୍ଗାଶୀଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault