ହେଡଲାଇନସ୍:

 ବିଜେପି ବିଧାୟକ ସେନେଗାରଙ୍କ କାମନା ଓ ପ୍ରତିପତ୍ତି ନିଆଁରେ ଜଳିଗଲେ ଉନାଓ ପିଡିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଙ୍କ ପ୍ରଶ୍ନ :  ସେନେଗାର ଓ ଅନ୍ୟ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିବ କି ପୋଲିସ !!!

ଭୁବନେଶ୍ୱର:- କିଛିଦିନ ତଳେ ଉତ୍ତର ପ୍ରଦେଶ ର ଉନାଓ ସହରରେ ଘଟିଥିବା ଘଟଣା କୁ ନେଇ ସଡକ ରୁ ସାଂସଦ ଯାଏ ଖୁବ ଚର୍ଚ୍ଚା ଚାଲିଥିଲା । ପିଡିତା ଙ୍କୁ ଜାମିନ ରେ ଆସିଥିବା ଅପରାଧି ମାନେ ପ୍ରମାଣ ନଷ୍ଟ କରିବା ପାଇଁ ଜୀବନ୍ତ ପୋଡିଦେଇଥିଲେ । ଜଳୁଥିବା ଅବସ୍ଥାରେ ପିଡିତା ଜୀବନ ବଞ୍ଚାଇବା ପାଇଁ ଦୌଡୁଥିଲେ । ଶେଷରେ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଓ ପରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । 90 ଶତକଡା ରୁ ଅଧିକ ପୋଡ଼ି ଯାଇଥିବା ପିଡିତା ଆଜି ସକାଳୁ ନିଜର ଲଢେଇ ହାରି ଯାଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ କେବଳ ଗୋଟେ କଥା କହୁଥିଲେ ଅପରାଧି ମାନଙ୍କୁ ଦୃଢ଼ ଶାସ୍ତି ଦିଆଯାଉ । ଦେଖିବାକୁ ବାକି ରହିଲା ଯେ କେବେ ଓ କେମିତି ଅପରାଧି ମାନଙ୍କୁ ଦଣ୍ଡ ଦିଆଯିବ ।

ସୂଚନାଯୋଗ୍ୟ ଯେ ବଲାତ୍କାରୀଙ୍କ ବିରୋଧରେ ସାହାସିକତା ଦେଖାଇ ଥିବା  ପୀଡିତା  ବଳାତ୍କାର ମାମଲାରେ ହାଜିରା ଦେବାକୁ ଯାଉଥିବା ବେଳେ ତା ଉପରକୁ ଶୁଭମ, ଶିବମ, ହରିଶଙ୍କର, ରାମ କିଶୋରେ ନାମକ ଯୁବକ ତାଙ୍କ ଉପରେ କିରୋସିନ ପକାଇ ନିଆଁ ଲଗାଇଦେଇଥିଲେ | କାରଣ ଏହି ଘଟଣାରେ ବିଜେପି ବିଧାୟକ ସେନେଗାର ସାମିଲ ଥିବା ଯୋଗୁ ପୋଲିସ ତରଫରୁ କୌଣସି ସହଯୋଗ ମିଳିନଥିଲା ପୀଡ଼ିତାଙ୍କୁ | ଆଉ ତାଙ୍କୁ ମିଳୁଥିଲା ଧମକ | ବିଜେପି ବିଧାୟକ ହୋଇଥିବା ଯୋଗୁ ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ସହଯୋଗ କରିନଥିଲା | ଶେଷରେ ବିଜେପି ବିଧାୟକ ସେନେଗାରଙ୍କ କାମନା ଆଉ ପ୍ରତିପତ୍ତିର ନିଆଁରେ ଜଳିଗଲା ବିଚାରି | ଏବେ ପ୍ରଶ୍ନ ଉଠୁଛି ସେନେଗାର ଓ ଅନ୍ୟ ଅଭିଯୁକ୍ତଙ୍କୁ କେବେ ହାଇଦ୍ରାବାଦ ଭଳି ସଜା ମିଳିବ !!!

0
0
0
s2sdefault