ହେଡଲାଇନସ୍:

ଆମ ସଳିତାକୁ ଫେରାଇ ଆଣ, ଆମକୁ ନଜଣାଇ ତାକୁ ସେମାନେ ବିକି ଦେଇଛନ୍ତି !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁଭଦ୍ରା ମହତାବ ସେବା ସଦନରୁ ଛାତ୍ରୀଙ୍କୁ କଲିକତାରେ ପୋଷ୍ୟ ସନ୍ତାନ ଭାବେ ଦେବା କେଳେଙ୍କାରୀ 

  •      ରାଜ୍ୟ ମହିଳା ଏବଂ ରାଜ୍ୟ ମାନାବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପରିବାର 

ଘୁ. ଉଦୟଗିରି /ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଏକ ସେବା ସଦନରୁ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ଭାବେ ଦେବା ଘଟଣାକୁ ମାସ ପରେ ମାସ ଗଡ଼ି ଯାଇଛି I ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳିକାଙ୍କ କୌଣସି ପ୍ରକାର ଖୋଜଖବର ନ ପାଇବାରୁ ଶେଷରେ ନ୍ୟାୟ ପାଇବା ପାଇଁ ନାବାଳିକାଙ୍କ ପିଇସା, ପିଇସୀ ନାନୀ ଏବଂ ପରିବାର ଲୋକ ରାଜ୍ୟ ମହିଳା କମିଶନ ପାଖକୁ ଦ୍ୱାରସ୍ଥ ହୋଇ ନାବାଳିକାଙ୍କୁ ଫେରାଇ ଆଣିବା ପାଇଁ ଗୁହାରି ଜଣାଇଛନ୍ତି I

ସୂଚନା ଥାଉକି କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଦାରିଂବାଡ଼ି ବ୍ଲକର ହାତୀମୁଣ୍ଡା ଗ୍ରାମର ଚତୁର୍ଥ ଶ୍ରେଣୀର ଛାତ୍ରୀ  ସୁଭଦ୍ରା ମହତାବ ସେବା ସଦନରୁ ଜଣେ ନାବାଳିକା  ଗାଏବ ହୋଇଥିବା ତାର ଅଭିଭାବକ ଘୁ.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ I ଦାରିଂବାଡ଼ି ବ୍ଲକ ହଟିମୁଣ୍ଡା ଗ୍ରାମ ସ୍ବର୍ଗତ ବନ ମଲିକ ଅଙ୍କ ୪ ବର୍ଷର ଝିଅ ସଳିତା ମଲିକ I ପିଲାଟି ବେଳୁ ବାପ ଓ ମାଁ ଉଭୟ ମୃତ୍ୟୁବରଣ କରିଥିବାରୁ ପିସା ଶର୍ମା ପ୍ରଧାନ  ଏବଂ ପିଇସୀ ଯତ୍ନ ନେଉ ଥିଲେ | ୨୦୧୫ -୨୦୧୬ରେ ପାଠପଢ଼ା ପାଇଁ ସିଡବ୍ଲୁସି କନ୍ଧମାଳ ଜରିଆରେ ସୁଭଦ୍ରା ମହତାବ ଛାତ୍ରୀ ନିବାସରେ ଛାଡିଥିଲେ  ପିସା ଏବଂ ପିଇସୀ I ସଦାବେଳେ ସଳିତାଙ୍କ ଯତ୍ନ ନିଅନ୍ତି ଏବଂ ଦେଖା ଚାହା ମଧ୍ୟ କରୁଥିଲେ ପିସା ଶର୍ମା ପ୍ରଧାନ I ଗତ ୧୪-୧୨-୨୦୧୮ ରେ ଶେଷ ଥର ଦେଖା କରି ଥିଲେ I ତାପରେ ବଡ଼ଦିନ ପର୍ଵ ପାଇଁ ଛୁଟିରେ ସଳିତାକୁ ଶର୍ମା ୨୩ ୧୨-୨୦୧୯ ଘରବା ପାଇଁ ସେବାସଦନକୁ ଯାଇଥିଲା I  କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ ସଳିତାକୁ ଛଡ଼ାଯିବନାହିଁ ବୋଲି ଶର୍ମାକୁ କହିଥିଲେ I ତାପରେ ପୁଣି ଶର୍ମା ୨୭- ୨ -୨୦୧୯ ଦେଖା କରିବାକୁ ଯାଇଥିବା ସମୟରେ ସଳିତା ସେବାସଦନରେ ନଥିବା ଜାଣିବାକୁ ପାଇଥିଲେ  ଏବଂ ସଳିତାକୁ ଆଡ଼ପସନରେ କୋଲକାତା ପଠାଯାଇ ଥିବା ସୁଣିବାକୁ ପାଇଥିଲେ I ତୁରନ୍ତ  ସଳିତାଙ୍କ ପରିବାର ଲୋକ ହଷ୍ଟେଲ ଏବଂ ଡିସିପିଓଙ୍କ ପାଖକୁ ଦ୍ୱାରସ୍ଥ ହୋଇ ଯଥାଶୀଘ୍ର  ଫେରାଇଦେବା ପାଇଁ କାକୁତି ମିନତି କାରିଥିଲେ I ହେଲେ ତାଙ୍କୁ ସେବାସଦନ କର୍ତୃପକ୍ଷ ଧମକ ଚମକ ଦେଇଥିବା ଘୁ ଉଦୟଗିରି ଥାନାରେ ଅଭିଯୋଗ କରି ଥିଲେ I କେବଳ ସେତିକି ନୁହେଁ ଘୁ.ଉଦୟଗିରି ଥାନାରେ ମଧ୍ୟ ଉଚ୍ଚପଦସ୍ତ ପୁଲିସ କର୍ମଚାରୀ ମାମଲା ରୁଜୁ କରିବା ପରିବର୍ତେ ଅନେକ ପ୍ରକାର ଧମକଚମକ ଦେଇ ଥିଲେ I ସଳିତାଙ୍କ ପରିବାର ଲୋକାଙ୍କ ତାଗିଦ ଏବଂ ଜିଦ୍ଦ ପରେ ଘୁ.ଉଦୟଗିରି ପୁଲିସ ଅଭିଯୋଗ ପତ୍ର ଗ୍ରହଣ କାରି ଥିଲେ ବୋଲି ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କାରିଥିଲେ I

ଅଭିଯୋଗ ପାଇବା ପରେ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣକରି ମହିଳା କମିଶନ ସଦସ୍ୟ କନ୍ଧମାଳ ଆରକ୍ଷୀ ଅଧିକ୍ଷକ, ମାମଲାର ତଦନ୍ତକାରି ଅଫିସର ରଂଜିତ ମୁନି, ଜ଼ିଲ୍ଲା ଶିଶୁ ଅଧିକାରୀଙ୍କୁ ଫୋନ ଯୋଗେ କଥା ହୋଇ ଯଥା ଶୀଘ୍ର ମାମଲାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦେଶ ଦେଇଛନ୍ତି I ଯଥାଶୀଘ୍ର  ସଳିତାଙ୍କୁ ଫେରାଇ ଅଣାଯିବ ବୋଲି ପ୍ରତିଶୃତି ଦେଇ ଥିବା ପରିବାର ଲୋକ ପ୍ରତିକ୍ରିୟା ଦେଇଛନ୍ତି I

 

 

 

0
0
0
s2sdefault