ହେଡଲାଇନସ୍:

୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା଼ ସ୍ଥିତ ଜିଲ୍ଲା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ୍ ପଡିଆ ଠାରେ  ଜିଲ୍ଲାସ୍ତରୀୟ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

        ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି  ଭାବେ ଯୋଗଦେଇ ମିଳିତ ପ୍ୟାରେଡ଼ ଦଳକୁ ପରିଦର୍ଶନ କରିବା ସହ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।  ପରେ ଉପସ୍ଥିତ ଗୃହରକ୍ଷୀ ବାହିନୀଙ୍କ ଉଦ୍ଦେଶ୍ୟରେ ଉଦ୍ ବୋଧନ ଦେଇ କହିଥିଲେ ଯେ , ପ୍ରତିବର୍ଷ ଡିସେମ୍ବର ୬ ତାରିଖ ଦିନ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ ।

   ଗୃହରକ୍ଷୀ ବାହିନୀ ମାନେ ବନ୍ୟା , ବାତ୍ୟା , ମହାମାରୀ ଭଳି ଦୈବି-ଦୁର୍ବିପାକ ସମୟରେ ଓ ଘରପୋଡି ସମେତ ଟ୍ରାଫିକ ନିୟନ୍ତ୍ରଣ , ଗାର୍ଡ ଡ୍ୟୁଟି , ପହରା , ଅତ୍ୟାବଶ୍ୟକ ସେବା-ଯୋଗାଣ , ବିଜୁଳି , ପରିବହନ , ଜଳ-ଯୋଗାଣ , ପ୍ରାକୃତିକ ବିପର୍ଯ୍ୟୟ-ବନ୍ୟାବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ ଯୋଗାଣ , ପ୍ରାଥମିକ ଚିକିତ୍ସ୍ୟା , ଆର୍ଥିକ ସଂସ୍କାର ସହିତ ଜନ ହିତକର ଓ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଯଥା--ପୌଢ଼-ଶିକ୍ଷା , ସ୍ବାସ୍ଥ୍ୟରକ୍ଷା , ପରିମଳ ଓ ଅନ୍ୟାନ୍ୟ ସବୁ ପ୍ରଗତି ମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଭଳି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ଦେଖାଇବା ସହ ନିରବଛିନ୍ନ ସେବା ଯୋଗାଇଦେବାରେ  ବେଶ ସହାୟକ ହୋଇଥାନ୍ତି । 

     ଗୃହରକ୍ଷୀ ମାନେ ସେମାନଙ୍କ ଏହି  ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ  ଜନସାଧାରଣଙ୍କ ସେବାକରି ଉଚ୍ଚ-ପ୍ରଶଂସିତ ହୋଇଥାନ୍ତି । ତେଣୁ ଗୃହରକ୍ଷୀ ମାନେ ଏସବୁକୁ ସର୍ବଦା ବଜାୟ ରଖି ଦେଶ ଓ ସମାଜ  ପାଇଁ ବ୍ରତୀ ହେବାକୁ  ଆହ୍ବାନ କରିଥିଲେ ।

   ଅନ୍ୟ ପକ୍ଷରେ ବିଭିନ୍ନ କ୍ଷେତ୍ରରେ ପ୍ରାଣବଳି ଦେଇ ଶହୀଦ୍ ହୋଇଥିବାଙ୍କ ପ୍ରତି ସ୍ମୃତି ଚାରଣ କରିବା ସହ ସେମାନଙ୍କ ଉତ୍ସର୍ଗୀକୃତ ସେବାପାଇଁ ଆଜିର ଏହି ପବିତ୍ର ଦିବସରେ ସେମାନଙ୍କୁ ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ।

   ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଗ୍ନୀଶମ ବିଭାଗ ଓ ଗୃହରକ୍ଷୀ ବାହିନୀ ଡିଜି ଓ ବେସାମରିକ ଓ ପ୍ରତିରକ୍ଷା ବିଭାଗ ଓଡିଶା ,ନିର୍ଦ୍ଦେଶକ ସୁନୀଲ ରାୟଙ୍କ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ଅବସରରେ ପଠାଇଥିବା ବାର୍ତ୍ତା ପାଠ କରିଥିଲେ ।

   ପେରେଡ଼ କମାଣ୍ଡର ତାରିଣୀ ଜେନା ଏବଂ ପେରେଡ଼ ସେକେଣ୍ଡ କମାଣ୍ଡର ରାଜୁ ପୋଡାଲ'ଙ୍କ ସମେତ ପ୍ଲାଟୁନ କମାଣ୍ଡର ସନ୍ତୋଷ କୁମାର ମହାନ୍ତି ଏବଂ କେ.ରବି କୁମାର ପ୍ରମୁଖ ପ୍ୟାରେଡ଼  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ , ଏସଡିପିଓ. ପ୍ରକାଶ ଚନ୍ଦ୍ର ଜେନା , ଡିଏସପି ଅଶୋକ ମହାନ୍ତି , ସହକାରୀ କମାନଡେଣ୍ଟ ସୁନ୍ଦର ସିଂ କଅଁର , ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ , ରିଜର୍ଭ ଇନ୍ସପେକ୍ଟର ଦୁର୍ଯୋଧନ ବେହେରା ,କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର , ଗାରବନ୍ଧ ଥାନା ଅଧିକାରୀ  ଶୁସାନ୍ତ କୁମାର ସାହୁ ପ୍ରମୁଖ'ଙ୍କ ସମେତ ସମସ୍ତ ଥାନାର ଥାନା-ଅଧିକାରୀ ,  ଅବସର-ପ୍ରାପ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

 

 

0
0
0
s2sdefault