ହେଡଲାଇନସ୍:

୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ସ୍ୱଛତା ଅଭିଯାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ(ସରୋଜ ସାହୁ): ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୦୧ ଡିସେମ୍ବର ଠାରୁ ୧୫ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ “ସ୍ୱଛତା ପଖୱାଡା” ନାମରେ ଏକ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ତା. ୦୫.୧୨.୨୦୧୯ ରିଖ ଦିନ ସ୍ଥାନୀୟ ୪ର୍ଥ ବାଟାଲିୟନର ଯବାନ ମାନେ ରାୟଗଡ ଠାରେ ଥିବା ସିଆରପିଏଫ ର ମୂଖ୍ୟ କାର୍ଯ୍ୟାଳୟ ପରିସର, ଗାଡି ପାର୍କିଙ୍ଗ ସ୍ଥାନ, ସାମନାରେ ଥିବା ରାସ୍ତା ଓ ଖୋଲା ନାଳକୁ ସଫା କରିଥିଲେ । ସେହିଭଳି ତା. ୦୬.୧୨.୨୦୧୯ ରିଖ ଦିନ ଯାବାନ ମାନେ ସେମାନେ ଓ ସେମାନଙ୍କ ପରିବାର ସଦସ୍ୟ ରହୁଥିବା ବସଗୃହର ସମ୍ମୁଖ, କାର୍ଯ୍ୟାଳୟ ଗୃହ ଓ ସେମାନେ ବ୍ୟବହାର କରୁଥିବା କ୍ୟାଣ୍ଟିନ ଗୃହ ସଫାକରିବା ସହ ରାୟଗଡର ଅଧିଷ୍ଟାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ । ସିଆରପିଏଫ ୪ର୍ଥ ବାଟାଲିୟନର କମାନଣ୍ଡାଣ୍ଟ ୱାଇ.କେ. ରାଜପୁତ, ଏସ. କେ. ଠାକୁର (ସେକେଣ୍ଡ ଇନ କମାନଣ୍ଡାଣ୍ଟ), ସନ୍ତୋଷ କୁମାର (ଡେପୁଟି କମାଣ୍ଡାଣ୍ଟ), ସୁମନ ମିଶ୍ର (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଓ ଯବାନ ମାନେ ଏହି ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଛତାର ବାର୍ତ୍ତା  ବାଣ୍ଟିଥିଲେ ।  

 

 

0
0
0
s2sdefault