ହେଡଲାଇନସ୍:

ପୋଲିସକୁ ଭୟ ନାହିଁ, ମାତିଛନ୍ତି ଛିନତାଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୁଟେରା ଆପଣେଇଛନ୍ତି ଅଭିନବ କୌଶଳ

ଦୁଇ ମହିଳାଙ୍କ ସୁନା ଚେନ ଝାମ୍ପି ନେବାରେ ଦୁର୍ବୃତସଫଳ

ରାୟଗଡା(ସରୋଜ ସାହୁ) –  ପୁଣି ଥରେ ମାତିଛନ୍ତି ସୁନା ଚେନ ଲୁଟେରା । ଅଭିନବ ଉପାୟ ଅବଲମ୍ବନ କରି ସୁନା ଚେନ ଲୁଟ୍ କରି ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି । ପୃଥକ ପୃଥକ ଘଟଣାରେ ଦୁଇଜଣ ମହିଳାଙ୍କ ବେକାରୁ ସୁନା ଚେନ ଝାମ୍ପି ନେବାରେ ଦୁର୍ବୃତ ମାନେ ସଫଳ ହୋଇଥିବା ବେଳେ ଜଣେ ମହିଳା ଲୁଟର ଶୀକାର ହେବାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣାକ୍ରମେ ରାୟଗଡା ସହରସ୍ଥିତ ନେହୁରୁ ନଗର ଦ୍ୱିତୀୟ ଗଳିରେ ରହୁଥିବା କେ.କନକ ଦୁର୍ଗା ( ୪୩ ) ଝୋଟି ପକାଇବା ନିମନ୍ତେ ବାହାରକୁ ଆସିଥିଲେ । ଠିକ୍ ସେହି ସମୟରେ ଦୁଇଜଣ ଯୁବକ ଏକ ପଲସର ଗାଡିରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାପାଇଁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ ଚତୁରତାର ସହ ସୁନା ଚେନ କୁ ଜାବୁଡି ଧରିଥିଲେ । ଫଳରୁ ଦୁର୍ବୃତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ମହିଳା ଜଣକ ପଲସର ଗାଡିରେ କିଛି ଦୂର ଘୋଷାଇ ହୋଇ ଯାଇଥିଲେ । ଫଳରେ ମହିଳାଙ୍କ ବେକ, ଗୋଡ ଓ ହାତରେ ଖଣ୍ଡିଆ ଖାବରା ହୋଇଯାଇଥିଲା । ଦ୍ୱିତୀୟ ଘଟଣାକ୍ରମେ ଇନ୍ଦିରା ନଗର ପଂଚମ ଗଳିରେ ରହୁଥିବା ବୁଲୁବାଳା ବେହେରା (୫୭) ଭୋର ସମୟରେ ନିଜ ଘର ଆଗରେ ଥିବା ଫୁଲ ଗଛରୁ ଫୁଲ ତୋଳୁଥିବା ସମୟରେ ୨ଜଣ ଯୁବକ ଏକ କଳା ରଙ୍ଗର ପଲସର ଗାଡିରେ ଆସି ବୁଲୁବାଳା ପିନ୍ଧିଥିବା ଏକ ୩ ତୋଳାର  ସୁନା ଚେନକୁ ଝାମ୍ପି ନେବାରେ ସକ୍ଷମ ହୋଇଥିଲେ । ତୃତୀୟ ଘଟଣାରେ ଲୁଟେରା ମାନେ ନୂଆ ଉପାୟ ଅବଲମ୍ବନ କରି ମହିଳା ବେକାରୁ ସୁନା ଚେନ ଝାମ୍ପି ନେବାରେ ସକ୍ଷମ ହୋଇଛନ୍ତି ।   ନ୍ୟୁ କଲୋନୀ ତୃତୀୟ ଗଳିରେ ରହୁଥିବା ସୁଶୀଳା ମହାପାତ୍ର ଫୁଲ ତୋଳିବା ପାଇଁ ବାହାରକୁ ଆସିଥିବା ବେଳେ ୨ ଜଣ ଯୁବକ ଏକ ପଲସର ଗାଡିିରେ ଆସି ମହିଳାଙ୍କୁ ରାମ ମନ୍ଦିର କେଉଁଠାରେ ଅଛି ବୋଲି ପଚାରିଥିଲେ । ସୁଶୀଳା ଏଠାରେ ରାମ ମନ୍ଦିର ନାହିଁ କହିଥିଲେ ତେବେ ଦୁର୍ବୃତ ମାନେ ମହିଳା ପାଖକୁ ଆସି ବେକ ପାଖରେ ଏକ ଚିଟି ସାପ ଥିବା କହିଥିଲେ । ମହିଳା ଜଣକ ହଡବଇ ଯାଇ କେଉଁ ଠାର ସାପ ଅଛି ବୋଲି ପଚାରିଥିଲେ । ଦୁର୍ବୃତ ମାନଙ୍କ ମଧରୁ ଜଣେ ଆସି ବେକ ପାଖରେ ଥିବା ଦର୍ଶାଇ ହଠାତ୍ ସୁଶୀଳା ପିନ୍ଧିଥିବା ୩୨ ଗ୍ରାମର ଏକ ସୁନା ଚେନକୁ ଝାମ୍ପି ନେଇ ଆଖି ପିଛୁଳାକେ ଉଭାନ ହୋଇଯାଇଥିଲେ । ଉକ୍ତ ମହିଳା ଘର ସାମନାରେ ଥିବା ଏକ ସିସି କ୍ୟାମେରାରେ ଲୁଟେରାଙ୍କ ଛବି କଏଦ ହୋଇଥିବା ଜଣାପଡିଛି । ସିସିଟିଭି ଫୁଟେଜକୁ କୁ ରାୟଗଡା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ଥାନା ଏସଆଇ ରିଗନ କିଣ୍ଡୋ ଓ ମାନଓ ସାହୁ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ ଗୋଟିଏ ଦଳ ହିଂ ଲୁଟ କରିଥିଲା ନା ପୃଥକ ପୃଥକ ଦଳ ସାମିଲ ହୋଇଥିଲେ ସେ ନେଇ ତଦନ୍ତ ଚାଲିଥିବା ଏସଡିପିଓ ତପନ ନାରାୟଣ ରଥ ପ୍ରକାଶ କରିବା  । 

0
0
0
s2sdefault